Odisha news

ମାର୍ଶାଘାଇ ଓ ପେଣ୍ଠପାଳକୁ ସଟଡାଉନ ଘୋଷଣା କଲା ପ୍ରଶାସନ

0

କେନ୍ଦ୍ରାପଡା:  ଜିଲ୍ଲାର ମାର୍ଶାଘାଇ ବ୍ଲକର ମାର୍ଶାଘାଇ ବଜାର ଓ ପେଣ୍ଠପାଳ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ସଂପୃକ୍ତ ଅଂଚଳ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ୪୮ ଘଣ୍ଟିଆ କଟକଣା ଜାରି କରାଯାଇଛି । ଏହି ଅଂଚଳରେ ଥିବା ସଂଗରୋଧ ଶିବିର ରେ ସେବାକାର୍ଯ୍ୟ ଯୋଗାଉଥିବା ୬ଜଣ ବ୍ୟକ୍ତିଙ୍କ ଠାରେ ଭୂତାଣୁ ସଂକ୍ରମଣ ଜଣାପଡିବା ପରେ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।

ପ୍ରବାସୀ ମାନଙ୍କୁ ସେବା ଯୋଗାଉଥିବା ଆଶାକର୍ମୀ ,  ଅଙ୍ଗନବାଡି ଅଶାକର୍ମୀ  ଓ ସ୍ୱସ୍ଥ୍ୟକର୍ମୀ ଙ୍କ ସମେତ ସଫେଇ କର୍ମଚାରୀ ଓ ସ୍ୱେଛାସେବୀ ମାନେ ସଂକ୍ରମିତ ହୋଇ ଥିବାରୁ ସଂପୃକ୍ତ ଅଂଚଳକୁ ସଟଡାଉନ ଘୋଷଣା କରାଯାଇଛି । ମାର୍ଶାଘାଇ ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକଘର ପ୍ରଭୃତି ସରକାରୀ ଦପ୍ତର ଥିବାରୁ ଏଗୁଡିକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ପ୍ରବେଶ ପ୍ରସ୍ଥାନ ଉପରେ କଟକଣା ଥିବାରୁ ଜନ ସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଉ ଦେବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରା ଯିବା ସହ ଏ ଅଂଚଳକୁ ସାନିଟାଇଜ କରାଯିବାର ଯୋଜନା ରହିଛି । ତେବେ ଜନ ସାଧାରଣଙ୍କୁ ସଚେତନ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେବା ଘଟଣା କରୋନା ନିୟମ ପାଳନରେ ତ୍ରୁଟି ବିଚୁ୍ୟତି କରାଯାଇଥିବା ସ୍ଥାନୀୟ ଅଂଚଳରେଏ ଚର୍ଚ୍ଚା ହୋଇଛି । ନିୟମ ଉଲଙ୍ଗନ କରା ଯାଇଥିବା କାରଣରୁ ଏଭଳି ସଂକ୍ରମଣ ଘଟିଛି ବୋଇଲି ସ୍ଥାନୀୟ ଅଂଚଳରେ ଜନ ସାଧାରଣ ଚିନ୍ତା ପ୍ରକଟ କରିଛନ୍ତି ।

Leave A Reply