ତାଳଚେର ତା୨୨/୦୬ ତାଳଚେର ବ୍ଲକ ଅନ୍ତର୍ଗତ କଣ୍ଢାଳ ପଂଚାୟତ ମଦନମୋହନପୁର ଗ୍ରାମରେ ଗତ ୧୩ତାରିଖରେ ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ଜଣେ ବିଧବା ମହିଳା ଓ ତାଙ୍କ ପୁରୁଷବନ୍ଧୁଙ୍କୁ ଦୌଡ଼ିରେ ବାନ୍ଧି ରାସ୍ତାରେ ଚଲାଇବା ଘଟଣାରେ ତାଳଚରେ ଥାନାରେ ଅଭିଯୋଗ କରିଛି ମାନଧିକାର ସଂଗଠନ । ଆନ୍ତର୍ଜାତିକ ମାନବଧିକାର ସଭାପତି ସସ୍ମିତା ଦାସ ଓ ଜିଲ୍ଳା ସଭାପତି ବାପି ମହାନ୍ତି ପୀଡ଼ିତା ବିଧବା ମହିଳାଙ୍କୁ ଭେଟି ସମବେଦନା ଜଣାଇବା ସହ ତାଳଚେର ଟାଉନ ଥାନାରେ ଦୋଷିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ଲୋକେ କିପରିଭାବେ ଆଇନର ସହାୟତା ନନେଇ ଆଇନକୁ ହାତକୁ ନେଇଛନ୍ତି । ଯଦି ସମ୍ପୃକ୍ତ ମହିଳାଙ୍କ ପୁରୁଷ ବନ୍ଧୁ କିଛି ଦୋଷ କରିଥିଲେ ତେବେ ପରିବାର ଲୋକ ଏବଂ ଗ୍ରାମବାସୀ ଆଇନର ଆଶ୍ରୟ ନେଇପାରିଥାନ୍ତେ । କିନ୍ତୁ ତାହା ନକରି କଙ୍ଗାରୁ କୋର୍ଟରେ ସେମାନଙ୍କୁ ଦଣ୍ଡିତ କରାଗଲା ଯାହାକି ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟଜନକ ବିଷୟ । ଏଣୁ ଏନେଇ ପୋଲିସ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବଦେନ କରିଛନ୍ତି ବୋଲି ମହାନ୍ତିଙ୍କ ଠାରୁ ଜଣାପଡ଼ିଛି ।