Odisha news

ହୋ ଭଷା କୁ ରାଜଭାଷା ମାନ୍ୟତା ଦାବୀ ରେ ବ୍ଲକ ଘେରାଉ

0

ଠାକୁରମୁଣ୍ଡା :  ହୋ ଭଷା କୁ ଓଡିଶା ର ଦ୍ୱିତୀୟ ରାଜ ଭଷା ମାନ୍ୟତା ଦାବୀ ନେଇ ମଙ୍ଗଳବାର ଦିନ ଅଲ ଇଣ୍ଡିଆ ହୋ ଭଷା ଆସୋସିଏସନ ପକ୍ଷରୁ ଠାକୁରମୁଣ୍ଡା ବ୍ଲକ ଘେରାଉ କରି ବିଡ଼ିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ  ଦାବୀ ପତ୍ର ପ୍ରଦାନ କରିଛନ୍ତି।ଠାକୁରମୁଣ୍ଡା ବଜାର ନିକଟରୁ ଠାକୁରମୁଣ୍ଡା ଅଞ୍ଚଳ ରୁ ବିଭିନ୍ନ ସ୍ଥାନ ରୁ ଆସିଥିବା ଶତାଧିକ ସଂଖ୍ୟାରେ ହୋ ସମ୍ପ୍ରଦାୟର ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।ଦାବୀ ସମ୍ପର୍କିତ ପ୍ଲା କାର୍ଡ ଓ ବ୍ୟାନର ଧରି ଡ଼ାକବାଜି ଯନ୍ତ୍ର ସହଯ୍ୟରେ ସ୍ଲୋଗାନ ଦେବା ସହ ସେଠାରେ ଏକ ସଭା କରିଥିଲେ।ହୋ ଭସାକୁ ମାନ୍ୟତା ଦେବାକୁ ଦାବୀ କରିଥିଲେ।ଶୋଭାଯାତ୍ରା ର ନେତୃତ୍ୱ ନେଉ ଥିବା ପୂର୍ବତନ ସରପଞ୍ଚ ସୁକଲାଲ ପଳେୟା,ରାମଚନ୍ଦ୍ର ବଦ୍ରା,ଗଣେଶ ଗଗରାଇ,ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁ,ସମାଜ ସେବୀ ପୁଷ୍ପାଞ୍ଜଳି ସିଧୁ, ଲକ୍ଷ୍ମୀଧର ସିଂ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଓଡିଶା ର ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ, ଯାଜପୁର,କଟକ,ଅନଗୁଳ ଆଦି ଜିଲ୍ଲା ର ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ ହୋ,କୋହ୍ଲ,ମୁଣ୍ଡା ଲୋକ ଏହି ଭଷା କୁ ବ୍ୟବହାର କରିଥାନ୍ତି।ଏଣୁ ହୋ ଭଷା କୁ ଦ୍ୱିତୀୟ ରାଜା ଭାଷା ର ମାନ୍ୟତା ପ୍ରଦାନ,ପ୍ରାଥମିକ ବିଦ୍ୟାଳୟ ଗୁଡିକ ରେ ମାର୍ଗ ଦର୍ଶିକା ପୁସ୍ତକ ପ୍ରଚଳନ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ସ୍ତର ରେ ପାଠ୍ୟ କ୍ରମ ପ୍ରଚଳନ,ହୋ ଭାଷା ରେ ସରକାରୀ ଗଣମାଧ୍ୟମ ରେ କାର୍ଯ୍ୟକ୍ରମ ପ୍ରସାରଣ,ହୋ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକ ପାଇଁ ବହୁ ଭାଷି ଶିକ୍ଷକ ଯୋଜନା ରେ ଶିକ୍ଷକ ନିଯୁକ୍ତି ଆଦି ଉଲ୍ଲେଖ ଥାଇ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଦିଆ ଯାଇଥିଲା।ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ ଦାବୀ ପତ୍ର କୁ ଗ୍ରହଣ କରିଥିଲେ।ଶୋଭାଯାତ୍ରାରେ ହୋ ଛାତ୍ର ସଂଗଠନ ର ରମାକାନ୍ତ ହେମ୍ବ୍ରମ, ରଶା ହାଁସଦ,ରବୀନ୍ଦ୍ର ଦେଓଗମ, କଂହୁ ବନ୍ଦୀଆ, ରବୀନ୍ଦ୍ର ଦେଓଗାମ,ରାଉତ ପଳେୟା ପ୍ରମୁଖ ସହଯୋଗ କରିଥିଲେ।

Leave A Reply