Odisha news

ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ଅଖିମୁଠି : ସରକାରୀ ଯୋଜନାର ଲାଭ ନେବାକୁ ପରାମର୍ଶ

0

ଠାକୁରମୁଣ୍ଡା -23/4 :  ଅକ୍ଷୟ ତୃତୀୟା ଅବସରରେ ଠାକୁରମୁଣ୍ଡା କୃଷି ବିଭାଗ ପକ୍ଷରୁ ଡକେଇପାଳ ଗ୍ରାମରେ କୃଷକ ଦିବସ ପାଳିତ ହୋଇଯାଇଛି l ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ, ତରାମରା ଗ୍ରାମପଞ୍ଚାୟତ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ, ସମିତି ସଭ୍ୟ ରଞ୍ଜନ ଗିରି ପ୍ରମୁଖ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ l ବିହନ ବୁଣା ପରେ ଡକେଇପାଳ ଗ୍ରାମରେ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ଓ କୃଷକ ଦିବସ ପାଳନ ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ ମୁଖ୍ୟ ଅତିଥି, ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ, ସମିତି ସଭ୍ୟ ରଞ୍ଜନ ଗିରି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଜନ କୁମାର ନରେନ୍ଦ୍ର, ଠାକୁରମୁଣ୍ଡା ପ୍ରେସ କ୍ଳବ ସଭାପତି ଶରତ କୁମାର ତ୍ରିପାଠୀ, ସାମ୍ବାଦିକ ଚକ୍ରଧର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଅତିଥି ମନେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ତଥା ବ୍ୟାଙ୍କ ସହଯୋଗ ନେଇ ଉଦ୍ୟୋଗୀ ହୋଇ ଚାଷୀ ମାନଙ୍କ ପାଇଁ ଉଦାହରଣ ସାଜିବା ପାଇଁ ପରାମର୍ଶ ଦେଇଥିଲେ l ଯୁବ ଶକ୍ତି କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କ ଭିତରେ ଉନ୍ନତ ପାରମ୍ପରିକ କୃଷି ମାଧ୍ୟମରେ ଆତ୍ମ ବିଶ୍ୱାସ ଫେରାଇ ଆଣି ଗାଁ ବିକାଶରେ କର୍ଣ୍ଣଧାର ହେବାକୁ ଆହ୍ୱାନ ଦେଇଥିଲେ l ମିଲେଟ ମିଶନ ସହକାରୀ ସଂଯୋଜିକା ପ୍ରଜ୍ଞା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ କୃଷି ଓଭରସିୟର ବାଦଲ ଦାସ, କୃଷକ ସାଥୀ ଜଗଦୀଶ ମହାନ୍ତ, ଆର୍ତ୍ତ ମହାନ୍ତ ତଥା ସହଯୋଗୀ କର୍ମଚାରୀ ମନେ ବିଶେଷ ସହଯୋଗ କରିଥିଲେ l

Leave A Reply