Odisha news

ଓଷ୍ଟା ମେଧା ବୃତ୍ତି ପରୀକ୍ଷାରେ ୪ କୃତ କାର୍ଯ୍ୟ

0

ଠାକୁରମୁଣ୍ଡା ତା ୧୮/୦୪  :  ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ  ଓଷ୍ଟା ଦ୍ୱାରା ନବମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ମେଧା ଅନ୍ୱେଷଣ ପରୀକ୍ଷା ଫଳ ପ୍ରକାଶ ପାଇଛି।ପ୍ରକାଶିତ ଫଳା ଫଳ ରେ ଠାକୁରମୁଣ୍ଡା ବ୍ଲକ ରୁ ୪ ଜଣ ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହୋଈ ଛାତ୍ର ବୃତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ଏହି ୪ ଜଣ ଛାତ୍ରଛାତ୍ରୀ ମାନେ ହେଲେ ଜଡିବିଲ ଉଚ୍ଚ ବିଦ୍ୟାଳୟ ରୁ ୩ ଜଣ ଛାତ୍ର ଗୁନୁ ନାଏକ,ମଳୟ ମୁଣ୍ଡା, ଓ ସ୍ୱରୂପ ରଞ୍ଜନ ମହାନ୍ତ ଓ ପଡ଼ିଆବେଡା ଠାରେ ଥିବା ଦ୍ରୋପଦୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଭାର୍ଗବୀ ମହାନ୍ତ।କୃତ କାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନେ ବୃତ୍ତି ପାଇବେ।ବ୍ଲକ ଓଷ୍ଟା ସଂଘର କାର୍ଯ୍ୟକାରିଣୀ ସଭାପତି ପ୍ରମୋଦ କୁମାର ବାରିକ,ସମ୍ପାଦକ ଦିଲ୍ଲୀପ କୁମାର ମହାନ୍ତ,ଉପସଭାପତି ନାରାୟଣ ମହାନ୍ତ ବାସନ୍ତୀ ଟୁଡୁ,ଉପ ସମ୍ପାଦକ ଲଳିତେନ୍ଦୁ ମହାନ୍ତ,ଗିରିଧାରୀ ମହାନ୍ତ,ସତ୍ୟନାରାୟଣ ଭୋଳ ଅଭିନନ୍ଦନ ଜଣାଇଛନ୍ତି।

Leave A Reply