Odisha news

ବାଇକ ଚୋରୀ ରାକେଟ ଠାବ ୮ ବାଇକ ଉଦ୍ଧାର ୨ କୋର୍ଟ ଚାଲାଣ

0
ଠାକୁରମୁଣ୍ଡା ତା ୨/୪ :  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳ ରୁ ଏକ ବାଇକ ଚୋରୀ ଘଟଣା ରେ ଠାକୁରମୁଣ୍ଡା ଥାନା ପୋଲିସ ଅନୁସନ୍ଧାନ କରି ଏକ ବାଇକ ଚୋରୀ ରାକେଟ କୁ ଧରିବାରେ ସକ୍ଷମ ହୋଇଛି।ଏହି ଚୋରୀ ରାକେଟ ରେ ସଂପୂର୍କ୍ତ  ୨ ଜଣକୁ ଗିରଫ କରିଛି।ଏଥିସହିତ ୮ ଟି ଚୋରୀ ବାଇକ କୁ ପୋଲିସ ଜବତ କରିଛି।ଗିରଫ ୨ ଜଣ ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ର ରାଜେନ୍ଦ୍ର ସ୍ୱାଇଁ ଓ କପ୍ତିପଦା ଉପଖଣ୍ଡ ଶରତ ଥାନା ଲାବଣ୍ୟଦେଈପୁର ର ଗଣ୍ଡ ସିଂ ସମାଡ଼ ବୋଲି ଜଣାପଡିଛି।ଗିରଫ ପରେ ରବିବାର ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ କୁ ଚାଲାଣ କରାଯାଇଛି।ସେମାନଙ୍କ ଜାମିନ ନା ମଞ୍ଜୁର ହେବାରୁ ବିଚାର ବିଭାଗୀୟ ହଜାତ କୁ ପଠାଈ ଦିଆ ଯାଇଛି।
ସୂଚନା ଅନୁଯାୟୀ ଗତ ନଭେମ୍ବର ମାସ ୧୧ ତାରିଖ ଦିନ ଠାକୁରମୁଣ୍ଡା ଥାନା କେନ୍ଦୁଜିଆଣି ସାପ୍ତାହିକ ହାଟରୁ ଅସନବଣି ଗ୍ରାମର ସହିରାମ ମହାନ୍ତ ଙ୍କ ଏକ ବାଇକ ଚୋରୀ ହୋଇଯାଇଥିଲା।ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ଥାନା କେଶ ନମ୍ବର ୨୬ ଅନୁଯାୟୀ ପୋଲିସ ମାମଲା ରୁଜ୍ଜୁ କରି ଅନୁସନ୍ଧାନ କରୁଥିଲା।କୌଣସି ସୂତ୍ର ରୁ ପୋଲିସ ସୁରାକ ପାଈ ଠାକୁରମୁଣ୍ଡା ଆଈ ଆଈ ସି ରଞ୍ଜୁ ହସିନା କୁଲୁ ଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଅନିତା ସ୍ୱାଇଁ,କ୍ରିସାନ୍ତା ଟିଗା,ଏଏସଇ ରତ୍ନାକର ବାରିକ ସମେତ ପୋଲିସ ଟିମ ବାଇକ ଚୋରୀ ରାକେଟ ର  ନୀଳଗିରି ଅଞ୍ଚଳର ରାଜେନ୍ଦ୍ର ନାୟକ, ଲବଣ୍ୟଦେଇପୁର ଅଞ୍ଚଳ ର ଗଣ୍ଡ ସିଂ ସମାଡ଼ କୁ ଗିରଫ କରି ଥିଲା ।ଗିରଫ ପରେ ସେମାନଙ୍କ ନିକଟ ରୁ ସୂଚନା ପାଇ ଶରତ ଥାନା ଅଞ୍ଚଳ ଓ କପ୍ତିପଦା ଥାନା ଅଞ୍ଚଳ ରୁ ୮ ଟି ଚୋରୀବାଇକ କୁ ଉଦ୍ଧାର କରିଥିଲା।
ଅନୁସନ୍ଧାନ ରେ ପୋଲିସ ୭ ଟି ବାଇକ ର ନମ୍ବର ପ୍ଲେଟ ଭୂଲ ଥିବାର ଜାଣି ପରିବହନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ସଠିକ ବାଇକ ମାଲିକଙ୍କ ନାମ ଜାଣିବାକୁ ଉଦ୍ୟମ ଜାରି ରଖିଛି।ଅନ୍ୟ ଏକ ବାଇକ ଟି ଅଭିଯୋଗ କାରୀ ଆସନବଣି ଗ୍ରାମର ସହିରାମ ମହାନ୍ତ ଙ୍କ ବୋଲି ଜଣା ପଡ଼ିଛି।ଏନେଇ ରବିବାର ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।।
Nalco
Leave A Reply