Odisha news

ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0

ଠାକୁରମୁଣ୍ଡା – 23/3  : ଠାକୁରମୁଣ୍ଡା     ଲ୍ୟାମ୍ପ୍ସରେ 23 ତାରିଖରେ ଏକ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏଆରସିଏସ ବିକାଶ ଚନ୍ଦ୍ର ନାୟକ ଯୋଗଦେଇ ନବୀନ ସରକାର ସମବାୟ କ୍ଷେତ୍ର ଓ ଚାଷୀଙ୍କୁ ଗୁରୁତ୍ୱ ଦେଇ ସମବାୟ ସଂସ୍ଥାରୁ ଚାଷୀଙ୍କୁ ସିଧାସଳଖ ବ୍ୟାଙ୍କ ସେବା i ଋଣ ଯୋଗାଇ ଦେବାକୁ ଘୋଷଣା କରିଥିବାରୁ ଠାକୁରମୁଣ୍ଡା ଲ୍ୟାମ୍ପ୍ସରେ ଏହା ଶୁଭାରମ୍ଭ କରାଗଲା ବୋଲି ପ୍ରକାଶ କରିଥିଲେ l ଏଣିକି ଚାଷୀ ଗୋଟିଏ ଜାଗାରୁ ସମସ୍ତ ସୁବିଧା ପାଇ ପାରିବ l ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଥିଲେ l ସମ୍ମାନିତ ଅତିଥି ଭାବେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ ଓ ପ୍ରଶଂସା କରିଥିଲେ l

ନବୀନ ପଟ୍ଟନାୟକ ଦୂରଦ୍ରଷ୍ଟା ବୋଲୁ ସେ ଅଭିହିତ କରି ଚାଷୀ କୁଳଙ୍କ ଭରସା ବୋଲି ଅକ୍ଷୟିତ କରିଥିଲେ l ସମ୍ମାନିତ ଅତିଥି ଭାବେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଜନ କୁମାର ନରେନ୍ଦ୍ର, ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରୀତି ପ୍ରସନ୍ନ ସାହୁ, ଏମସିସି ଶାଖା ପରିଚାଳକ ଅଶୋକ କୁମାର ସାହୁ, ଲ୍ୟାମ୍ପ୍ସ ସଭାପତି ଗଣନାଥ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ଠାକୁରମୁଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ପାର୍ବତୀ ମହାନ୍ତ   କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ନାରାୟଣ ପତ୍ର ସ୍ୱାଗତ ସୂଚନା ଓ ମଞ୍ଚ ପରିଚାଳନାଥିଲେ l ଶେଷରେ ଠାକୁରମୁଣ୍ଡା ଲ୍ୟାମ୍ପ୍ସ ଶାଖା ପରିଚାଳନା ନିର୍ଦ୍ଦେଶକ ପାର୍ବତୀ ମହାନ୍ତ  ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ଦ୍ଦେଶକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀ ଅଂଶଗ୍ରହଣ କରିଥିଲେ l ମା ବାସୁଳୀ ଜେଏଲଜି(ବାଉଁଶ ଡିହା  ଓ ମା ମଙ୍ଗଳା ଗମ୍ହାରିଆ ଜେଏଲଜି ଗ୍ରୁପକୁ 100000 ଟଙ୍କା ଋଣ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ  ଶାଖା ପରିଚାଳକା  ଗୀତାଞଳୀ ମହାନ୍ତ,ସସ୍ମିତା ମାରାଣ୍ତି, ରଞ୍ଜନ କୁମାର ବାରିକ ଡିଓ ,ଦୁର୍ଯ୍ୟୋଧନ ମଲ୍ଲିକ, ସୁରେନ୍ଦ୍ର ବାଙ୍କିରା, ଜ୍ଯୋତି ଶେଖର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ

Nalco
Leave A Reply