Odisha news

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତଥା ଅଭୟାରଣ୍ୟରୁ ସନ୍ଦିଗ୍ଧ ଶିକାରୀ ଗିରଫ

0

ଠାକୁରମୁଣ୍ଡା -23/3 :  ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିବାବେଳେ ଜଣେ ସନ୍ଦିଗ୍ଧ ଶିକାରୀ ରୋହିଦାସ ଟୁଡୁ (35) ଙ୍କୁ ବନ୍ୟପ୍ରାଣୀ ବନ ବିଭାଗ ଗିରଫ କରିବାରେ ସକ୍ଷମ ହୋଇଛି l 21 ତାରିଖ ଅପରାହ୍ନ ରେ ଉପର ବାରହାକାମୁଡା ବନାଞ୍ଚଳରେ କୁକୁର ଭୋକିବା କାରଣରୁ ପେଟ୍ରୋଲିଂ କରୁଥିବା ଟିମ ଅନୁସନ୍ଧାନ କରିଥିଲେ l ମନମୋହନ ହାଁସଦା, ଅମିତ କୁମାର ବିନ୍ଧାଣି ଏବଂ ଭାଗିରଥି ପାଲବାବୁ ଆଦି ବନରକ୍ଷୀ ଟିମ ପିଛା କରି ଠାକୁରମୁଣ୍ଡା ବ୍ଲକ ହାତୀଗଡା ଗ୍ରାମର ସାରନାଥ ଟୁଡୁଙ୍କ ପୁଅ ରୋହିଦାସଙ୍କୁ କାବୁ କରିଥିଲେ l ତାଙ୍କ ନିକଟରୁ ଦିଆସିଲି, ଧନୁ, ତୀର, ବର୍ଚ୍ଛା ଆଦି ଜବତ କରିଥିଲେ l ସେ ଶିକାର ଓ ନିଆଁ ଲଗାଇବା ଉଦ୍ଦେଶ୍ୟରେ ପଶିଥିବା ନିଶ୍ଚିତ ହୋଇଛି l 22 ତାରିଖରେ ରୋହିଦାସକୁ କୋର୍ଟ ଚାଲାଣ କରାଯାଇଥିବା ଶିମିଳିପାଳ ( ଦକ୍ଷିଣ ) ବନ୍ୟପ୍ରାଣୀ ଡିଭିଜନ ଡେପୁଟି ଡାଇରେକ୍ଟର ସୂଚନା ଦେଇଛନ୍ତି l

Nalco
Leave A Reply