Odisha news

ଠାକୁରମୁଣ୍ଡାରେ ଡ୍ରାଇଭର ମାନଙ୍କର ଷ୍ଟିଅରିଂ ଛାଡ଼ ଶାନ୍ତି ପୂର୍ଣ୍ଣ

0

ଠାକୁରମୁଣ୍ଡା -୧୫/୩ :  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ରେ ୯୮୦ ଜଣ ଡ୍ରାଇଭର ଷ୍ଟିଅରିଂ ଛାଡ ଆନ୍ଦୋଳନ ରେ ସାମିଲ ହୋଇଛନ୍ତି।ଆଜି ସକାଳ ୬ ଟା ଠାକୁରମୁଣ୍ଡା ଆନନ୍ଦପୁର  ରାସ୍ତାର ୫୩ ନଂ ରାଜ୍ଯ ରାଜପଥ  ଠାକୁରମୁଣ୍ଡାର ଜୁଆଳିକଟା ଛକ, ସାତକୋଶିଆ ର ଚିଆଁ ବେଡା ଓ ଠାକୁରମୁଣ୍ଡା ଉଦଳା ରାସ୍ତାର ଚମ୍ପାଝର ଠାରେ ଶାନ୍ତି ଶୃଙ୍ଖଳାର ସହ ସେମାନେ ଆନ୍ଦୋଳନ କରୁଛନ୍ତି। ଆମ୍ବୁଲାନ୍ସ, ଦମକଳ, ପୁଲିସ, ସ୍କୁଲ ଗାଡ଼ି ସମେତ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଯାନବାହାନ ଏବଂ ଦୁଇଚକିଆ ଯାନକୁ ଛାଡ଼ିଦେଉଛନ୍ତି। ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ଏହି ଡାକରାରେ ଯାତାୟାତ ସେବା ପ୍ରଭାବିତ ହୋଇଛି। ଘରୋଇ ବସ ମାଲିକ ସଂଘ ପକ୍ଷରୁ ଏହି ଆନ୍ଦୋଳନକୁ ସମର୍ଥନ କରାଯାଇନାହିଁ। ତଥାପି ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ସ୍ଥାନରେ ଦୂର ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଠାକୁରମୁଣ୍ଡା ଡ୍ରାଇଭର ସଂଘ ର ସଭାପତି ବିସିକେସନ ମହାନ୍ତ, ଉପ ସଭାପତି ମଣ୍ଟୁ ମହାନ୍ତ, ତରଣୀସେନ ମହାନ୍ତ ସମ୍ପାଦକ, ହେମନ୍ତ ମହାନ୍ତ ସହ ସମ୍ପାଦକ ଓ ଲୋକନାଥ ସେଠୀ କୋଷାଧ୍ୟକ୍ଷ ଏହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବରେ ଦାବିପୁରଣ ନ ହେବା ପର୍ଯ୍ୟନ୍ତ କରାଯିବ ବୋଲି କହିଛନ୍ତି ।

Nalco
Leave A Reply