ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଭରାଣ୍ଡିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମିରିଗିମୁଣ୍ଡି ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ୫ଟି ଯୋଜନାରେ ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ହାଉସ୍ କିପିଙ୍ଗ କାମ ପାଇଁ ଦିରିବ ଗ୍ରାମର ମାତୃଶକ୍ତି ସ୍ଵୟଂସହାୟକ ଗୋଷ୍ଠୀ କୁ ଦାୟିତ୍ଵ ଦିଆଯାଇଥିଲା। ତେବେ ମିରିଗିମୁଣ୍ଡି ଗ୍ରାମରେ ଅନେକ ସ୍ଵୟଂସହାୟକ ଗୋଷ୍ଠୀ ଥିଲେ ମଧ୍ୟ ପ୍ରଶାସନ ଦିରିବ ଗ୍ରାମର ଏହି ସ୍ଵୟଂସହାୟକ ଗୋଷ୍ଠୀ କୁ ଦାୟିତ୍ଵ ଦେଇଥିବାରୁ ଗ୍ରାମରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ବିରୋଧ କରିଥିଲେ।
ମିରିଗିମୁଣ୍ଡି ଗ୍ରାମରେ ଥିବା ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ଆମ ଗ୍ରାମରେ ଥିବା ବିଦ୍ୟାଳୟରେ ଆମ ଗ୍ରାମର ଗୋଟିଏ ସ୍ଵୟଂସହାୟକ ଗୋଷ୍ଠୀ କୁ ଏହି ଦାୟିତ୍ବ ଦିଆଯାଇ ଦିରିବ ଗ୍ରାମର ମାତୃଶକ୍ତି ସ୍ଵୟଂସହାୟକ ଗୋଷ୍ଠୀ କୁ ବାଦ୍ ଦିଆଯାଉ ବୋଲି ଦାବି କରିଥିଲେ। ଯଦି ଏହି ଦାବି ଆଗାମୀ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରଶାସନ ପୂରଣ ନ କରନ୍ତି, ତେବେ ଆମେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେବୁ ବୋଲି ଗ୍ରାମର ଥିବା ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ମିରିଗିମୁଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଠାକୁରମୁଣ୍ଡା ଥାନା,ବିଡ଼ିଓ,ଉପ ଜିଲ୍ଲାପାଳ, ଜିଲ୍ଲା ପାଳ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଭାବେ ଜଣାଇଥିଲେ ବୋଲି କହିଛନ୍ତି।
ତେବେ ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ପ୍ରଶାସନ ନିଘୋଡ଼ ନିଦରେ ଶୋଇ ଯାଇଥିଲା। ଫଳରେ ଶୁକ୍ରବାର ଗ୍ରାମର ସ୍ଵୟଂସହାୟକ ଗୋଷ୍ଠୀ ଗୁଡ଼ିକ ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଙ୍କୁ ନିକଟରେ ଥିବା ଗଛ ତଳେ ଶିକ୍ଷାଦାନ କରୁଥିବା ଦେଖା ଯାଇଛି। ତେବେ ପ୍ରଶାସନର ଚରମ ଅବହେଳା ରୁ ଆଜିର ଏହି ଅଭାବନୀୟ ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି।
