Odisha news

ଠାକୁରମୁଣ୍ଡା ସମ୍ବାଦ ସାହିତ୍ୟ ଘର ସପ୍ତମ ବାର୍ଷିକ ଉତ୍ସବ ସାହିତ୍ୟ ଅନ୍ତଃଚେତନାକୁ ସମୃଦ୍ଧ କରେ

0

ଠାକୁରମୁଣ୍ଡା -26/2 : ଠାକୁରମୁଣ୍ଡା ସମ୍ବାଦ ସାହିତ୍ୟ ଘରର ସପ୍ତମ ବାର୍ଷିକ ଉତ୍ସବ 26 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ସାହିତ୍ୟ ଅନ୍ତଃଚେତନାକୁ ସମୃଦ୍ଧ କରେ ଓ ସମାଜ ପ୍ରତି ପ୍ରତିଶୃତିବଦ୍ଧତା ଶିଖାଏ ବୋଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ମିତ୍ରଭାନୁ ତନ୍ତୀ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ବାରିପଦା ମୟୁରଭଞ୍ଜ ପୁସ୍ତକ ମେଳା ସଦସ୍ୟା ରଶ୍ମିତା ପାତ୍ର ନିଜ ବକ୍ତବ୍ୟରେ ମା, ମାଟି, ମାତୃଭାଷା କୁ ମହତ ରଖିବାକୁ ନିରନ୍ତର ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ l ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ଅଧ୍ୟାପକ ସମ୍ବିତ ପତି ଯୋଗଦେଇ ସାହିତ୍ୟ ସମାଜରେ କିପରି ପରିବର୍ତ୍ତନ ଆଣିଛି ଦର୍ଶାଇବା ସହିତ ସାହିତ୍ୟ ସଂସ୍କୃତିକୁ ବଞ୍ଚେଇ ରଖେ ଓ ବିପଦଗ୍ରସ୍ତ ବିଶ୍ୱକୁ ସାହିତ୍ୟ ମାର୍ଗ ଦର୍ଶନ କରୁ ବୋଲି ମତ ରଖିଥିଲେ l ସମ୍ବାଦ ସାହିତ୍ୟ ଘର ସଭାପତି ପଦ୍ମଲୋଚନ ନନ୍ଦଙ୍କ ସଭାପତିତ୍ୱ ରେ ଆୟୋଜିତ ବାର୍ଷିକ ଉତ୍ସବରେ ସମ୍ପାଦକ ଦେବେନ୍ଦ୍ର ନାଥ ନାୟକ ବିବରଣୀ ପାଠ କରିଥିଲେ l ସଦସ୍ୟ ଶରତ ତ୍ରିପାଠୀ ଏବଂ ଉପସଭାପତି ଦଶରଥ ମହାନ୍ତ ବକ୍ତବ୍ୟ ରଖିଥିଲେ l ଜ୍ୟୋତ୍ସ୍ନା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଦସ୍ୟା ପଦ୍ମାବତୀ ସିହ୍ନl ଧନ୍ୟବାଦ ଅର୍ପଣ କରିଥିଲେ l ସମ୍ବାଦ ସାହିତ୍ୟ ଘର ସଂଯୋଜକ ଯୋଗେନ୍ଦ୍ର ପାତ୍ର, ସଦସ୍ୟ ପ୍ରଦ୍ୟୁମ୍ନ ସାହୁ ସମେତ ବହୁ ସଦସ୍ୟ କାର୍ଯ୍ୟକ୍ରମ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ

Nalco
Leave A Reply