ଠାକୁରମୁଣ୍ଡା,16/02 : ସାତକୋଶିଆ ସାପ୍ତାହିକ ହାଟ ରେ ମାନସ ଆଚାର୍ଯ୍ୟ ସନ୍ଧ୍ୟା ସମୟ ରେ ପରିବା କିଣିବା ବେଳେ ସାର୍ଟ ପ୍ୟାକେଟ ରୁ ମୋବାଇଲ ଛଡେଇ ଦୁଇ ଚୋର ଦଉଡ଼ି ପଳେଇ ଜlଉ ଥିବା ସମୟ ରେ ଲୋକ ମାନେ ଚୋର ଦିଜଣ କୁ କାବୁ କରି ଉତ୍ତମ ମଧ୍ୟମ ଦେଇ ଥିଲେ। ମହୁଲଡିହା ଥାନା ପୋଲିସ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଛନ୍ତି। ଚୋର ଦିଜଣ ଯାଜପୁର ଜିଲ୍ଲା କରେଇ ଥାନା ଅନ୍ତର୍ଗତ ପୁର୍ବକଟ ଗ୍ରାମ ର ଆଉଲଜା ଗଜେନ୍ଦ୍ର( ୩୦ )ପିତା ଜଗନ୍ନାଥ ଓ ନରସିଂହ ଦାସ (୨୫) ପିତା ଦୀନବନ୍ଧୁ ଦାସ ବୋଲି ଜଣାପଡିଛି। ମହୁଲଡିହା ଥାନା ପୋଲିସ ଚୋର ଦିଜଣ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଅଧିକ ତଦନ୍ତ କରୁଛି
