ଠାକୁରମୁଣ୍ଡ। -13/2/ : ମୟୁରଭଞ୍ଜ ଜିଲ୍ଲା ମୟୂର ଆର୍ଟିଷ୍ଟ ଆସୋସିଏସନ୍ (MAA) ,ଆମେ କଳାକାର ଆମ ଓଡ଼ିଶା ଏବଂ ରାଷ୍ଟ୍ରୀୟ ଜନ ମଂଗଳ ସେଵା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ପରିଚାଳକ କଳା ଗବେଷକ ଶ୍ରୀ ମନୋରଞ୍ଜନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରବିବାର ବାର୍ଷିକ ପ୍ରତିଭା ପ୍ରଦର୍ଶନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାର କୁଆମରା କଲେଜ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଡ଼ଃ ଭାଗବତ ପ୍ରସାଦ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଠାକୁରମୁଣ୍ଡା ବ୍ଲକ ର ସଂଯୋଜକ ସାହିତ୍ୟିକ ତଥା ଗୀତିକାର ପଦ୍ମଲୋଚନ ନନ୍ଦ ଯୋଗ ଦେଇଥିଲେ। ମଞ୍ଚରେ ବିଭିନ୍ନ ଦିଗରୁ ଆସିଥିବା ପ୍ରତିଭା ମାନଙ୍କର କଳା ପ୍ରଦର୍ଶନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ସମାଜସେବାରେ ଉତ୍କୃଷ୍ଟ ଭୂମିକା ଗ୍ରହଣ କରିଥିବା ନାରୀ ସଂଗଠିକା ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀଙ୍କୁ ରାଷ୍ଟ୍ରୀୟ ଜନମଙ୍ଗଳ ସେଵିକା ଉପାଧି ଏବଂ ନୂଆପଡ଼ା ଗ୍ରାମର ବିଶିଷ୍ଟ କୃଷିଵିତ୍ ରାଜେନ୍ଦ୍ର ପଣ୍ଡାଙ୍କୁ “କୃଷି ପଣ୍ଡିତ” ଉପାଧିରେ ଭୂଷିତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବାରିପଦାର ଚିତ୍ରଶିଳ୍ପୀ ନିବେଦିତା ମହାନ୍ତ ମଧ୍ୟ ପ୍ରଥମ ଥରପାଇଁ ଏହି ମଞ୍ଚରେ ସମ୍ବର୍ଦ୍ଧିତା ହୋଇଥିଲେ।
ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଠାକୁରମୁଣ୍ଡା ଅଞ୍ଚଳର ସୁନାମଧନ୍ୟ ପାଲା ଗାୟକ ଧିରେନ୍ ପଲେଇ, ସାହିତ୍ୟିକ କବି ଦେବେନ୍ଦ୍ର ନାୟକ, କବୟିତ୍ରୀ ପଦ୍ମାବତୀ ସିହ୍ନା, କଳାକାର ଗୋଲକ ମହାପାତ୍ର ପ୍ରମୁଖ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
