ଠାକୁରମଣ୍ଡା,୨୨/୦୧: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୀର ବିର୍ସା ମୁଣ୍ଡା ଟ୍ରଷ୍ଟ ଓ ଟାଟା ଷ୍ଟିଲ ଫାଉଂଡେସନ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି I ଏହି ଟ୍ରେନିଂ କାର୍ଯ୍ୟକ୍ରମ କୁ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ଼ ଖୋର୍ଦ୍ଧା ଜିଲ୍ଲାରୁ ତିରିଶ ଜଣ ଶିକ୍ଷକ, ଛଅ ଜଣ କୋ- ଅରଡିନେଟର ଯୋଗଦାନ କରିଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନର ମ୍ୟାନେଜର ବିରେନ ତିୟୁ ହୋ ଭାଷା ଉନ୍ନତି ନିମନ୍ତେ ଯାହା ଆର୍ଥିକ ଆବଶ୍ୟକ ଟାଟା ଷ୍ଟିଲ ବହନ କରିବ ଏଥିପାଇଁ ବୀର ବିର୍ସା ମୁଣ୍ଡା ଟ୍ରଷ୍ଟ ସହିତ ଏକ ମୋ.ୟୁ ସ୍ଵାକ୍ଷରନାମା ସ୍ଵାକ୍ଷର ହୋଇ ସରିଛି। ତେଣୁ ଭାଷା, ସଂସ୍କୃତି, ସମାଜ ତୁମ ମାନଙ୍କ ଉପରେ ନିର୍ବର କରେ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିଭାଷଣରେ କହିଥିଲେ I ହୋ ଭାଷାରେ କିପରି ଛାତ୍ର ଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷା ପାଇ ପରିରିବେ ତାହା ସହିତ କାଗଜ ପତ୍ର ଉପରେ କିପରି କାମ କରିବେ ତାହା ଉପରେ ଟ୍ରଷ୍ଟର ଅଧକ୍ଷ ମଙ୍ଗଲ ସିଂ ସିଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷଣକୁ ପରିଚାଳନା କରିଥିଲେ ଏରିଆ ମ୍ୟାନେଜର ଗଣେଶ୍ୱର ଗାଗରାଇ I ଅନ୍ୟ ମାନଙ୍କ ମଧ୍ୟରେ ଟ୍ରଷ୍ଟର ପ୍ରତିଷ୍ଠିତା କାର୍ଯ୍ୟକାରୀ ସଦସ୍ୟ କ୍ଷୀରୋଦ କୁମାର ହେମ୍ବ୍ରମ, ଡାକ୍ତର ଗୌରାଙ୍ଗ ବାନ୍ଧିଆ, ଟ୍ରଷ୍ଟର କାର୍ଯ୍ୟକାରୀ ସଦସ୍ୟ ଜଗେସ ହେମ୍ବ୍ରମ, ସନାତନ ମୁଣ୍ଡା, ଠାକୁରମୁଣ୍ଡା ସରପଞ୍ଚ ତଥା ଯୁବ ନେତା ଆଲୋକ ଦଙ୍ଗ ପ୍ରମୁଖ ଉପସ୍ଥିତି ଥିଲେ I।
