ଠାକୁରମୁଣ୍ଡା – 13/1 : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡାରେ ଜଣେ ନାବାଳିକାଙ୍କୁ ଉପଯୋଗ କରି ସମ୍ପର୍କୀୟ ଅଜା ତଥା ଶିକ୍ଷକଙ୍କ ଅଶ୍ଳୀଳ ଭିଡିଓ ଏବେ ଭାଇରାଲ ହୋଇ ମାମଲା ଥାନାରେ ପହଞ୍ଚିଥିବା ଚର୍ଚ୍ଚାର ବିଷୟ ହୋଇଛି l ଗ୍ରାମବାସୀ ଥାନାରେ ଘଟଣା ଜଣାଇବା ପରେ ଥାନାଧିକାରିଣୀ ସମ୍ପୃକ୍ତା ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଶିକ୍ଷକ ରାମଚନ୍ଦ୍ର ସଏଙ୍କୁ ଗିରଫ କରିଛି l
ଘଟଣାରୁ ପ୍ରକାଶଯେ, ନାବାଳିକା ଜଣଙ୍କ ଘର ସୋସ ଥାନା ଅଞ୍ଚଳରେ l ଝିଅର ମା ମରିଯିବାରୁ ମାମୁଁ ଗୋପୀନାଥ ବାଙ୍କିରା କାଶିବେଡାସ୍ଥିତ ନିଜ ଘରକୁ ଆଣି ରଖିଥିଲେ l ଡ଼ଙ୍ଗାପାଣିର ସମ୍ପର୍କୀୟ ଅଜା ତଥା ବଡ଼ମହୁଲଡିହା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଜର ଝିଅ ନଥିବାରୁ ଆଣି ପାଖରେ ରଖିଲେ ଏବଂ ପ୍ରଥମରୁ ଏଯାବତ ପାଠ ପଢ଼ାଉଥିଲେ l ଅଜାଙ୍କ ପାଖରେ ରହି ଦୈନିକ ତାଙ୍କ ସହିତ ଯାଇ ନାବାଳିକା ଏବେ ସପ୍ତମ ଶ୍ରେଣୀରେ ପଢେ l
ଏବେ ଅଚାନକ ଅଜା ନାବାଳିକା ସହିତ ଅଶ୍ଳୀଳ ଆଚରଣ କରୁଥିବା ବେଳେ ଶିକ୍ଷକଙ୍କ ପତ୍ନୀ ତାର ଭିଡିଓ କରୁଥିଲେ l ଭିଡିଓ ଟି ସ୍ୱାମୀଙ୍କୁ ପଠାଇବାବେଳେ ତାହା ଭୁଲରେ ଅନ୍ୟ ମାନଙ୍କୁ ଚାଲିଯାଇଥିଲା l ଫଳରେ ଘଟଣା ସର୍ବସାଧାରଣ ହୋଇଥିଲା l ଗ୍ରାମବାସୀ ସାଲେଇବେଡା ସରପଞ୍ଚଙ୍କୁ ଜଣାଇବା ପରେ ବୈଠକ ବସି ଘଟଣା ଥାନା ନଜରକୁ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା l 13 ତାରିଖରେ ଝିଅର ଖୁଡି ସୁରୁ ପାଳେୟା ଠାକୁରମୁଣ୍ଡା ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନେଇଛି l ଶିକ୍ଷକ ତଥା ସମ୍ପର୍କୀୟ ଅଜା ରାମଚନ୍ଦ୍ର ସଏ (42), ତାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ସଏ (35) ଙ୍କୁ ପୋଲିସ ଗିରଫ କରିଛି l ଠାକୁରମୁଣ୍ଡା ଥାନାରେ କେଶ ନଂ 5/2023 ଧାରା 354 A, 354B IPC 8,17,67A, 67B IT act ବଳରେ ତଦନ୍ତ କରୁଛି l ତେବେ ଅଶ୍ଳୀଳ ଭିଡିଓ ଉତ୍ତୋଳନ ରହସ୍ୟ ଜଣାପଡିନାହିଁ l।
