Odisha news

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ମୃତ୍ୟୁ ଘଟଣା , ଗୁଳି ମାରି ହତ୍ୟା ଅଭିଯୋଗ ଆଣିଲା ବିଜେପି

0

ଠାକୁରମୁଣ୍ଡା ତା ୧୬/୧୦ :  କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଭେଜଡିହା ଫୋରେଷ୍ଟ ବିଟ ଅଞ୍ଚଳରେ ଗତ ୯ ତାରିଖ ଦିନ ଦନ୍ତା ହାତୀ ମୃତ୍ୟ ଶିକାରୀ ଗୁଳି ରେ  ହୋଇଥିବା ର ଅଭିଯୋଗ ବିଜେପି ପକ୍ଷରୁ କରାଯାଇଛି।ଏଥି ସହିତ ସ୍ଥାନୀୟ ରେଞ୍ଜର ଙ୍କ ନାମରେ ଦୁର୍ନୀତି ଅଭିଯୋଗ କରାଯାଇଛି।ହାତୀ ଶବ ବ୍ୟବଚ୍ଛେଦ ର ପ୍ରାଥମିକ ଭାବରେ ହୃଡ଼ଘାତ, ରକ୍ତହୀନତା, କୁର୍ମୀ ଜନିତ ବୋଲି କୁହାଯାଉଥିବା ବେଳେ କିନ୍ତୁ ହାତୀ ମୁଣ୍ଡରେ ଗୁଳି ବିଦ୍ଧ ସ୍ଥାନରେ କାଦୁଅ ଲେପ ଦିଆଯାଇଥିବାର ସନ୍ଦେହ ସୃଷ୍ଟି କରିଛି।ସେହିପରି ହାତୀ ପଡିଥିବା ପଟକୁ ଓଲଟାଈ ଯାଞ୍ଚ କରାଯାଇନାହିଁ। ରାତି ୧୧ ଟା ପରେ ସ୍ଥାନୀୟ ଲୋକଙ୍କୁ ଯିବାକୁ ବାରଣ କରି  ଚୋରାରେ ବ୍ୟବଚ୍ଛେଦ କରିବା ଘଟଣା ସଂଦେହ ସୃଷ୍ଟି କରିଛି। ହାତୀ ମୃତ୍ୟୁ ଫୋରେଷ୍ଟ ବିଟ ରେ ୧ ମାସ ଧରି ବନପାଳ ନିଯୁକ୍ତି କରାଯାଇନାହିଁ।ଚମ୍ପାଝର ସେକ୍ସନ ରେ ଓମବାଡିସି କାର୍ଯ୍ୟ ରେ ଲକ୍ଷ ଲକ୍ଷ ଟଙ୍କା ଜାଲିଆତି କରାଯାଇଛି।ଗତ ଜାନୁଆରୀ ମାସ ୨୬ ତାରିଖ ଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ ରେ ରେଞ୍ଜର ଓ ଜଣେ ମହିଳା ବାନରକ୍ଷୀ ମିଶି ଜଣେ ଫୋରେଷ୍ଟର ଙ୍କୁ ମାଡ ମାରିବା ଘଟଣା ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଘଟଣାରେ ରେଞ୍ଜ ଅଧିକାରୀ ଶାସକ ଦଳ ଛତ୍ର ଛାୟା ତଳେ ରହି ନିଜର ସୁରକ୍ଷା  କବଚ ସୃଷ୍ଟି କରି ଛନ୍ତି । ଏହାର ଉଚସ୍ତରୀୟ ତଦନ୍ତ କରାଯିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି।ରବିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ ଆୟୋଜିତ ଏଜ ଖବରଦାତା ସମ୍ମିଳନୀରେ ଏନେଇ ପ୍ରକାଶ କରାଯାଇଛି। ପଶ୍ଚିମ ମୟୂରଭଞ୍ଜ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ସାଧାରଣ ସମ୍ପାଦକ ତଥା ନିର୍ବାଚନ ମଣ୍ଡଳୀ ସଂଯୋଜକ ଆଶିଷ କୁମାର ମହାନ୍ତ, ନିର୍ବାଚନ ମଣ୍ଡଳୀ ର ପ୍ରଭାରୀ ଶିବାଜୀ ଗୌତମ ମହାନ୍ତ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୁଗଳ ନାୟକ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରଞ୍ଜନ କୁମାର ମହାନ୍ତ,ଠାକୁରମୁଣ୍ଡା ମଣ୍ଡଳ ସଭାପତି ରଣଜିତ ବେହେରା,ମହୁଲଡ଼ିହା ମଣ୍ଡଳ ସଭାପତି ଜଗଦୀଶ ମହାନ୍ତ ଯୋଗ ଦେଇଥିଲେ।।

Nalco
Leave A Reply