Odisha news

ରାସ୍ତା କଡ ଗଛ ରେ ପିଟିଲା ବରଯାତ୍ରୀ ବୋଲେର: ୨ ଜଣ ମୃତ ,୧ ଗୁରୁତର

0

ଠାକୁରମୁଣ୍ଡା ତା ୨୩/୦୫ :  ରବିବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା ର ତରାମରା ନାଳ ପୋଲ ନିକଟରେ ଏକ ବର ଯାତ୍ରୀ ନେଇ ଫେରୁଥିବା ବୋଲେର ଗାଡି ରାସ୍ତା କଡ ଗଛରେ ପିଟି ହୋଈ ଯିବାରୁ ଘଟଣା ସ୍ଥଳ ରେ ଦୁଇଜଣ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡି ଡ୍ରାଇଭର ଗୁରୁତର ଥିବାର ଜଣା ଯାଇଛି।ଅନ୍ୟ କେତେକ ଯାତ୍ରୀ ଆହତ ହୋଇଥିବାର ଜଣା ଯାଇଛି।ଦୁର୍ଘଟଣା ପରେ ସମସ୍ତ ଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ୨ ଜଣକୁ ମୃତ ଘୋଷଣା କରିଥିଲେ।ମୃତକ ୨ ଜଣ ହେଲେ ଠାକୁରମୁଣ୍ଡା ବ୍ଲକ ଧାତିକିଡ଼ିହା ଗ୍ରାମପଞ୍ଚାୟତ ଅଧିନ ରେ ଥିବା ଗୋଡ଼ଭଙ୍ଗା ଗ୍ରାମର କ୍ଷେତ୍ରବାସୀ ମହାରଣା (୬୨),ଓ କୁଳମଣି ମହାରଣା (୫୫) ବୋଲି ଜଣାଯାଇଛି। ଗୁରୁତର ଥିବା ବୋଲେର ଡ୍ରାଇଭର ସାତକୋଶିଆ ଗ୍ରାମର ପ୍ରଶାନ୍ତ କୁମାର ପତି ଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ ଗୋଡ଼ଭଙ୍ଗା ଗ୍ରାମରୁ ବର ନେଇ ବରଯାତ୍ରୀ ଦଳ ଶୁକୃଳି ବ୍ଲକ ଅନ୍ତର୍ଗତ ଭାଲିଆ ସାହି କୁ ଯାଇ ବାହାଘର ସାରି ଏକ ବରଯାତ୍ରୀ ଦଳ ବୋଲେର ଗାଡି ନଂ ଓଡ଼ି ୦୨ ବିଡ଼ି ୬୨୭୨ ଯୋଗେ ଗୋଡ଼ଭଙ୍ଗା ଫେରୁଥିବା ସମୟରେ ରାତି ପ୍ରାୟ ୨ ଟା ସମୟରେ ଗଛରେ ପିଟି ହୋଈ ଗାଡି ଭିତରେ ଚାପି ହୋଇ ଜଣେ ଯାତ୍ରୀ ରହି ଯାଇଥିଲେ।ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ଚାପି ହୋଇ ରହି ଯାଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର ସହ ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଣି ଭର୍ତ୍ତି କରିଥିଲେ।

Leave A Reply