ଠାକୁରମୁଣ୍ଡା ; ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଶିକାର ଏବଂ ସଂରକ୍ଷିତ ଜଙ୍ଗଲରେ କିପରି ନିଆଁ ନ ଲଗାଇବା ପାଇଁ ଅଣ୍ଟା ଭିଡ଼ିଲା ବନବିଭାଗ । ବର୍ତ୍ତମାନ ସମୟରେ ସାଧାରଣତଃ ଅଖଣ୍ଡ ଶିକାର କରିଥାନ୍ତି । ଏହାକୁ ରୋକିବା ପାଇଁ ଚଳିତ ବର୍ଷ ଅନେକ ପଦ କ୍ଷେପ ନେଇଛି ବନ ବିଭାଗ। ଏହାକୁ ରୋକିବା ପାଇଁ କରଞ୍ଜିଆ ବନଖଣ୍ଡର ସାତକୋଶିଆ ବନାଞ୍ଚଳପକ୍ଷରୁ ଆଜି ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ ଙ୍କ ନେତୃତ୍ବରେ ଆଜି ସକାଳୁ ଜାମୁନଣ୍ଡା, ବାଗଦଫା ଓ ପୁରୁଣାପାଣି ଗାଁ ଗୁଡିକରେ ଫ୍ଲାଗମାର୍ଚ୍ଚ ସହିତ ଭାଲୁ ପାଖରୁ କିପରି ନିଜକୁ ସୁରକ୍ଷିତ ରହିପାରିବେ ଏଥିପାଇଁ ସଚେତନତା ରାଲି କରିଥିଲେ। ଜଙ୍ଗଲ ସଂଲଗ୍ନ ଗାଁ ଗୁଡିକରେ ୧୪ ତାରିଖରେ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ ହେବା ସହିତ ସଚେତନତା କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଙ୍କ ଠୁ ସୂଚନା।
