Odisha news

ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

0
ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକସ୍ତରୀୟ ବୈଜ୍ଞାନିକ ପ୍ରଦର୍ଶନୀ ମିଟୁଆଣି ଜୟ ପ୍ରକାଶ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରଥମିକ, ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟର ଖାଦ୍ଯ,ସ୍ବାସ୍ଥ୍ୟ,ସ୍ବଛତା, ପରିବହନ, ଯାତାୟତ, ପ୍ରକୃତିକ କୃଷି, ବିପର୍ଯ୍ୟୟ ପରିଚାଳନା, ଗାଣିତିକ ନମୁନା,ବର୍ଯ୍ୟବସ୍ତୁ ପରିଚାଳନା ଓ ସମ୍ବଳ ପରିଚାଳନାରେ           ମୋଟ ୧୦୧ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି ।ଉଦଘାଟନୀ ଉତ୍ସବରେ ବିଇଓ ରାମଚନ୍ଦ୍ର ନାଏକ ଙ୍କ ସଭାପତିତ୍ବରେ ମୂଖ୍ଯ ଅତିଥି ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା,ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ,ସମ୍ମାନୀତ ଅତିଥି ଏବିଇଓ ଦିଲ୍ଲୀପ କୁମାର ଧଳ, ସଂଗଠନ ସମ୍ପାଦକ ଜୟ ପ୍ରକାଶ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ରାଉତ ଓ ବ୍ଲକ ବିଜ୍ଞାନ ସଂଯୋଜକ ଦେବାଶିଷ ମଲ୍ଲିକ ଯୋଗଦେଇଥିଲେ । ଅତୃଷ୍ନା ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଯୁଧିଷ୍ଠିର ମାହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ଅପରାହ୍ନରେ ଉଦଯାପନୀ ଉତ୍ସବରେ ବିଇଓ ରାମଚନ୍ଦ୍ର ନାଏକ ଙ୍କ ସଭାପତିତ୍ବରେ ମୂଖ୍ଯ ଅତିଥି ଠାକୁରମୁଣ୍ଡା ବିଡ଼ିଓ ସ୍ଵପ୍ନେଶ୍ଵର ବେହେରା,ମୂଖ୍ଯ ବକ୍ତା ପ୍ରଧ୍ୟାପକ ଡଃ ହରିଶ ଚନ୍ଦ୍ର ବାରିକ,ସମ୍ମାନିତ ଅତିଥି ଏବିଇଓ ସନ୍ତୋଷ କୁମାର ମିଶ୍ର, ବିଜ୍ଞାନ ସଂଯୋଜକ ଦେବାଶିଷ ମଲ୍ଲିକ, ସଂଗଠନ ସମ୍ପାଦକ ପ୍ରଧାନଶିକ୍ଷକ ସୁଦର୍ଶନ ରାଉତ ପ୍ରମୁଖ ଯୋଗଦେଇଥିଲେ ।ସପନ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ତରଣୀସେନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରଥମ ସ୍ଥାନ ଅଧିକାରକରି ୭ଟି ପ୍ରକଳ୍ପ କୁ ଜିଲ୍ଲାସ୍ତରୀୟ ବୈଜ୍ଞାନିକ ପ୍ରଦର୍ଶନୀ ନିମିତ୍ତ ମନୋନୀତ କରାଯାଇଛି। ଶିକ୍ଷକ ଚକ୍ରଧର ସାହୁ, ରଙ୍କିଆ ଦାସ,ରବୀନ୍ଦ୍ର କୁମାର ବାରିକ, କର୍ଣ୍ଣକୁମାର ରାଜ, ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାନ୍ତ ସମସ୍ତ ସିଆରସିସି,ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ବିଜ୍ଞାନ ମେଳା କଟିର ସଦସ୍ଯ/ସଦସ୍ଯା ସହଯୋଗ କରିଥିଲେ।
IEC 2 years
Leave A Reply