ଠାକୁରମୁଣ୍ଡା-୬/୧୦ : ୫୩ ନଂ ରାଜ୍ଯ ରାଜପଥ ପଲଟିଛି ମରଣ ଯନ୍ତ୍ରା ।ଏହି ରାସ୍ତାରେ ସବୁ ଦିନେ ଘଟୁଛି ଦୁର୍ଘଟଣା, ଅନେକ ଧନଜୀବନ ନଷ୍ଟ ହେଉଛି। ଗତ କାଲି ୨ଟି ଦୁର୍ଘଟଣା ଜଣେ ବୟ ବୃଦ୍ଧ ଙ୍କୁ ହାଇୱା ଚାପି ଜୀବନ ଯାଇଥିବା ବେଳେ ଗୋଡଭଙ୍ଗା ଘାଟି ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର। ଆଜି ମହୁଲଡିହା ଥାନାଅନ୍ତର୍ଗତ ପଧାନ ସାହି ଛକ ନିକଟ ରେ ସେହିରାସ୍ତା ଦେଇ ଆନନ୍ଦପୁର ରୁ ଠାକୁରମୁଣ୍ଡା ଆସୁଥିବା ପିକଅପ୍ ନଂ WB 33F 0412 ଏକ ଶାଳଗଛ ଗଛକୁ ଧକ୍କାଦେଇ ଥିଲା ।ପଶ୍ଚିମବଙ୍ଗ ମେଦିନୀପୁର ର ଡ୍ରାଇଭର ମୋହନ ରାଇ (୨୯),ହେଲପର ରଫିୟାଦ ଖାନ (୨୩) ଗୁରୁତର ଆହତ ହୋଇ ଥିଲେ। ଖବର ପାଇ ମହୁଲଡିହା ଥାନା ପୋଲିସ ଘଟଣାସ୍ଥଳ ରୁ ଦୁଇଜଣ ଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭର ମହୋନ ରାଇ ମୃତ୍ୟୁବରଣ କରିଥିଲା। ମହୁଲଡିହା ପୋଲିସ କେଶ ନମ୍ବର ୬୨/୨୦୨୪ ୨୮୧,୧୦୬(୧) ବିଏନଏସ ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ ନିମିତ୍ତ କରଂଜିଆ ପଠାଇ ଅଧିକ ଅନୁସନ୍ଧାନ ଜାରି ରଖିଛି।
