ଠାକୁରମୁଣ୍ଡା : ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କରଞ୍ଜିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଯୋଗଦେଇ ପ୍ରାୟ 10 ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଛନ୍ତି l ନଡ୍ଡା କହିଥିଲେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ରାଜନୀତି ବଦଳିଛି l ପୁର୍ବରୁ ଧର୍ମ, ଜାତି ଆଧାରରେ ନିର୍ବାଚନ ଲଢ଼ୁଥିବାବେଳେ ପରସ୍ପର ମଧ୍ୟରେ ଲଢେଇ ହେଉଥିଲା l ମୋଦୀ ନାରା ଦେଇଥିଲେ ସବକା ସାଥ ସବକା ବିକାଶ l ଯାହା ଆଜି ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଛି l ମୋଦୀ ଦୁରଦୃଷ୍ଟି ସମ୍ପନ୍ନ ନେତା l ଆଦିବାସୀ କଲ୍ୟାଣ ପାଇଁ ବହୁ ପଦକ୍ଷେପ ନେଇଛନ୍ତି l ଏକଲବ୍ୟ ମଡେଲ ସ୍କୁଲ, ୯0 ଟି ଲଘୁ ବନଜାତ ଦ୍ରବ୍ୟର ଏମଏସପି ବୃଦ୍ଧି, ଉଜ୍ଜଳା ଗ୍ୟାସ ସଂଯୋଗ ଆଦି କ୍ଷେତ୍ରରେ ଭାରତ ଏବଂ ଓଡିଶାର ତଥ୍ୟ ଉପସ୍ଥାପନ କରିଥିଲେ l ଓଡିଶାର ଆଦିବାସୀ ସମାଜର ମହିଳା ଆଜି ଭାରତର ରାଷ୍ଟ୍ରପତି ହୋଇ ଦେଶର ଗୌରବ ବଢ଼ାଇଛନ୍ତି l ଏହା କେବଳ ମୋଦୀଙ୍କ ଦୁରଦୃଷ୍ଟି ଯୋଗୁଁ ସମ୍ଭବ ହୋଇଛି l ଦ୍ରୌପଦୀଙ୍କ କଥା କହିବା ବେଳେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ଖେଳି ଯାଇଥିବା ଦେଖିବାକୁ ମିଳିଥିଲା l ଭାରତ ଏବେ ବିଶ୍ୱର ପଞ୍ଚମ ଅର୍ଥଶକ୍ତି l ଆଗାମୀ ୩ ବର୍ଷ ମଧ୍ୟରେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ଶକ୍ତି ହେବ ବୋଲି ସେ କହିଥିଲେ l 10 ବର୍ଷ ତଳେ ମୋବାଇଲ ମେଡ଼ ଇନ ଚୀନ, କୋରିଆ, ତାଇୱାନ ଆଦି ବ୍ୟବହାର ହେଉଥିଲା ମାତ୍ର 10 ବର୍ଷ ପରେ ଆଜି ସ୍ଥିତି ବଦଳି ଯାଇଛି l ଆଜି ମେଡ଼ ଇନ ଇଣ୍ଡିଆ ହୋଇଛି ମୋବାଇଲ l ସେହିପରି ୨ ଗୁଣା ହୋଇଛି ଏଆରପୋର୍ଟ l ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କିଲୋ ଚାଉଳ, ୧ କିଲୋ ଡାଲି ଦିଆଯାଉଥିବା ଏବଂ ଦେଶରେ ଏବଂ ରାଜ୍ୟର ତଥ୍ୟ ପ୍ରଦାନ କରିଥିଲେ l ଆଗାମୀ ଦିନରେ ଆହୁରି ୩ କୋଟି ପ୍ରଧାନମନ୍ତ୍ରୀ ଆବାସ ହେବ ବୋଲି କହିବା ସହିତ ୫ ବର୍ଷ ମଧ୍ୟରେ କେହି ଚାଳ ଘରେ ରହିବେ ନାହିଁ ବୋଲି କହିଥିଲେ l ବିଜୁଳି ବିଲ ଶୂନ ହେବ l ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ନିଜର ବିଦ୍ୟୁତ ବ୍ୟବହାର ସହିତ ବଳକା ବିଦ୍ୟୁତ ବିକି ପଇସା ମିଳିବ ବୋଲି କହିଥିଲେ l
ପାଣି ସମସ୍ୟା କଥା କହି ନିଜେ ବିଧାୟକ ଥିବା ବେଳେ କିପରି ଲୋକ ମାଠିଆ ରଖି ପାଣି ମାଗୁଥିଲେ ସେ ସମ୍ପର୍କରେ ଉଦାହରଣ ଦେଇଥିଲେ l ଜଳ ଜୀବନ ମିଶନରେ ପ୍ରତି ଘରେ ନଳରେ ଜଳ ପହଞ୍ଚିବ ବୋଲି କହିଥିଲେ l ଆଗାମୀ ଦିନରେ ପ୍ରତି ଘରକୁ ପାଇପ ଯୋଗେ ଗ୍ୟାସ ପହଞ୍ଚିବ ବୋଲି କହିଥିଲେ l ଏହି ଅବସରରେ ଶିମିଳିପାଳର କାଇ ଚଟଣିକୁ ଜିଆଇ ଟ୍ୟାଗ ମିଳିଥିବା ମନେ ପକେଇ ଦେଇଥିଲେ lଓଡିଶା ବିକାଶ କ୍ଷେତ୍ରରେ କିପରି ପଛରେ ପଡିଛି ସେ ସମ୍ପର୍କରେ ଓଡିଶା ସରକାରଙ୍କ ନିଷ୍କ୍ରିୟତାକୁ ଟାର୍ଗେଟ କରିଥିଲେ l ଆଜି ଓଡିଶା ଶାସନ କରୁଛି କିଏ ବୋଲି ପ୍ରଶ୍ନ କରିଥିଲେ? ଏହାର ଉତ୍ତର ଲୋକେ ଦେଇଥିଲେ l ଶାସନ ଚଳେଇବାକୁ କେହି ଓଡ଼ିଆ ପୁଅ ମିଳିଲେ ନାହିଁ ବୋଲି ପୁଣି ପ୍ରଶ୍ନ କରିଥିଲେ l ଓଡିଶାର ବିଧାୟକ, ସାଂସଦଙ୍କୁ କିଏ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବାକୁ ରୋକୁଛି ବୋଲି ପଚାରିଥିଲେ l ଆଜି ଓଡିଶାରେ ବାହାର ଠିକାଦାର, ଲଷ୍ମୀ ବସ ଚଳେଇବା ଠିକାଦାର ଵି ବାହାର ଲୋକ l ଓଡ଼ିଆ ପୁଅ କଣ କେହି ନାହାନ୍ତି ଏଥିପାଇଁ l ଏଭଳି ଶାସନକୁ ଚାଲିବାକୁ ଦେବା ଉଚିତ କି? ଲୋକେ କହିଥିଲେ ନା lରତ୍ନ ଭଣ୍ଡାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ନଡ୍ଡା l
ନବୀନଙ୍କୁ ବିଶ୍ରାମ ଦିଅ l ବାହାର ଲୋକଙ୍କୁ ବାହାରକୁ ପଠାଅ l ଅବକି ବାର ଭାଜପା ସରକାର l ଅବକି ବାର ମୋଦୀ ସରକାର ବୋଲି କହି ମୋଦୀଙ୍କୁ ଆଶୀର୍ବାଦ କରିବା ପାଇଁ ଅନନ୍ତ ନାୟକଙ୍କ ସାଂସଦ ଭାବେ ଏବଂ ପଦ୍ମଚରଣ ହାଇବ୍ରୁଙ୍କୁ ପଦ୍ମ ଫୁଲ ଚି଼ହ୍ନରେ ଜିତାଇବାକୁ ନିବେଦନ କରି ବିଦାୟ ନେଇଥିଲେ l ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଆରମ୍ଭରେ ସ୍ୱାଗତ ସୂଚନା ଦେଇଥିବାବେଳେ ବରିଷ୍ଠ ନେତା ବାଞ୍ଛାନିଧି ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ଭିକି ପଣ୍ଡା, ମଣ୍ଡଳ ସଭାପତି ରଞ୍ଜିତ ବେହେରା, ତାରାକାନ୍ତ ପଟ୍ଟନାୟକ, ସମ୍ପାଦକ ବିମଳ ସେନାପତି, ସାଧାରଣ ସମ୍ପାଦକ ଆଶିଷ ମହାନ୍ତଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ବିଜେପି ଦଳରେ ଯୋଗଦେଇଥିଲେ l
