Odisha news

ଚଳିତ ବର୍ଷ ମା ବାସୁଳି ଙ୍କ ପବିତ୍ର ଉଡ଼ା ପର୍ବ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବା ପାଇଁ ସଭାପତି ଙ୍କ ପରାମର୍ଶ

0
ଠାକୁରମୁଣ୍ଡା : ଠାକୁରମୁଣ୍ଡା ବିଜେ ଅଧିଷ୍ଠାତ୍ରୀ ଦେବୀ ଙ୍କ ଚଳିତ ବର୍ଷ ର ପବିତ୍ର ଉଡ଼ା ପର୍ବକୁ ବେଶ ଶୃଙ୍ଖଳା ର ସହିତ ପାଳନ କରିବାକୁ ଆଜି ମଙ୍ଗଳ ବାର 2 ତାରିଖ ଦିନ ବ୍ଲକ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ର ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ମା ବାସୁଳି ଉଡ଼ା କମିଟି ର ଉଡ଼ାଯାତ୍ରା ସମ୍ବନ୍ଧୀୟ ପ୍ରସ୍ତୁତି ବୈଠକ ରେ ସଭାପତି ତଥା ସ୍ଥାନୀୟ ତହସିଲଦାର ଡ. ସୁଶ୍ରୀ ସୁପ୍ରିୟା ଉପସ୍ଥିତ ସଭ୍ୟ ତଥା ଲାଇନ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି | ଚଳିତ ବର୍ଷ ସର୍ବାଧିକ 60 ଜଣ ଭକ୍ତା ଉଡ଼ା ପର୍ବ ରେ ସାମିଲ ହେବାକୁ ଥିବା ବେଳେ ଯଥା ସମୟ ରେ ଖୁଣ୍ଟ ଦଣ୍ଡା ପ୍ରସ୍ତୁତ କରିବା ସହିତ ଭକ୍ତା ମାନଙ୍କର ପିଠିରେ କଣ୍ଟା ଫୋଡା ଏବଂ ଉଡ଼ା ପର୍ବ କରାଯିବା ପାଇଁ କମିଟି ର ସଭାପତି ସୁଶ୍ରୀ ସୁପ୍ରିୟା ପରାମର୍ଶ ଦେବା ସହ ଏଥିରେ ସହଯୋଗ କରିବାପାଇଁ ଠାକୁରମୁଣ୍ଡା ଓ଼ ମହୁଲଡିହା ଥାନା ଅଧିକାରୀ ଏବଂ ବିଦ୍ୟୁତ, ଜଳ ଯୋଗାଣ, ଅଗ୍ନିଶମ ଓ଼ ଅନ୍ୟ ଅଧିକାରୀ ମାନଙ୍କୁ ଅନୁରୋଧ କରିଥିଲେ | କମିଟି ର ସଭାପତି ତଥା ତହସିଲଦାର ସୁଶ୍ରୀ ସୁପ୍ରିୟା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ବୈଠକ ରେ ବିଶେଷ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ସ୍ଵପ୍ନେଶ୍ଵର ବେହେରା, ଅତିରିକ୍ତ ତହସିଲଦାର ବିଷ୍ନୁଚରଣ ବାରିକ, ସ୍ଥାନୀୟ ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, କମିଟି ର ସମ୍ପାଦକ ଶିରୀଶ ଦେହୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ବୈଠକ କୁ ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ କମିଟି ପକ୍ଷରୁ ଶରତ ନାଏକ, ଭକ୍ତ ବନ୍ଧୁ ମହାନ୍ତ ଗତ ବର୍ଷ ର ଆୟ ବ୍ୟୟ ର ବିବରଣୀ ପଠନ କରିଥିବାବେଳେ ଏଥିରେ ଦିଗଧର ସରପଞ୍ଚ ମଳୟ ପରିମାଣିକ, ତରାମରା ସରପଞ୍ଚ ବ୍ରହ୍ମ୍ଛା ନନ୍ଦ ଦେହୁରୀ, ତାଳପଦା ସରପଞ୍ଚ ପ୍ରତିନିଧି ଦଶରଥ ବନ ପଦିଆ, ୱାର୍ଡ ମେମ୍ବର ତରୁଣ କୁମାର ସାହୁ,କମିଟି ସଦସ୍ୟ ଭାସ୍କର ପଣ୍ଡା, ଅଗ୍ନିଶମ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଏବଂ ଲାଇନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ | କଣ୍ଟା ଫୋଡା ଶାଳ କୁ ଶୃଙ୍ଖଳିତ କରିବା ପାଇଁ, ସମସ୍ତ ଛକ ଓ଼ ଗଳି ମାନଙ୍କରେ ବିଦ୍ୟୁତ ଆଲୋକ, ପାନୀୟ ଜଳ ର ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିବା ବେଳେ ଦୋକାନ ବଜାର, ମିନା ବଜାର, ଉଡ଼ା ପେଣ୍ଡେଲ ରେ ଅନ୍ୟାନ୍ୟ ସ୍ଥାନ ରେ ମନୋରଞ୍ଜନ ର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବା ସହିତ ଉଡ଼ା ପର୍ବ ସ୍ଥଳି ରେ ସୁରକ୍ଷା ଓ଼ ଶୃଙ୍ଖଳା ରକ୍ଷା କରାଯିବା ପାଇଁ ନିଷ୍ପତି ନିଆ ଯାଇଥିଲା |
Nalco
Leave A Reply