ଠାକୁରମୁଣ୍ଡା ତା ୧୬/୧୨(ସମୟ ବ୍ୟୁର) ଓଡିଶା ଫୋରେଷ୍ଟ ଆଣ୍ଡ ମାଇନର ଫୋରେଷ୍ଟ ୱର୍କରସ ୟୁନିୟନ ପକ୍ଷରୁ ବୁଧବାର ଦିନ ଠାକୁରମୁଣ୍ଡା ବ୍ଲକ ସଭା ଗୃହରେ ଶାଳ ପତ୍ର ଖଲି ଚଉତି ପ୍ରସ୍ତୁତ କାରୀ ଓ ଜଙ୍ଗଲ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ଭୁବନବିହାରି ସାହୁ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବରେ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
ଏଥିରେ ସନ୍ନମାନିତ ଅତିଥି ଭାବରେ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ,ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ,ବ୍ଲକ ଉପାଧକ୍ଷା ତଥା କଂଗ୍ରେସ ରାଷ୍ଟ୍ରୀୟ ମଜଦୁର ସଂଘ ର ସମ୍ପାଦକ ଯବାମଣି ଟୁଡୁ,ରେଞ୍ଜର କିଶୋର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।ଆଲୋଚନା ଚକ୍ର ରେ ଠାକୁରମୁଣ୍ଡା ଓ କେନ୍ଦୁମୁଣ୍ଡି ଅଞ୍ଚଳ ର ଶାଳ ପତ୍ର ଖଲି ଓ ଚ ଉତି ପ୍ରସ୍ତୁତ କାରୀ ଶ୍ରମିକ,ଖାଲିପତ୍ର ବ୍ୟବସାୟୀ, ଜଙ୍ଗଲ ସୁରକ୍ଷା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏଥିର ଏହି ଶ୍ରମିକ ମାନଙ୍କ ର କିପରି ସାମାଜିକ ସୁରକ୍ଷା ରକ୍ଷା ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା।ଏଥିରେ ଶାଳ ପତ୍ର ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ,ଶାଳ ପତ୍ର ରୁ ପ୍ରସ୍ତୁତ ସାମଗ୍ରୀ ର ଧାର୍ଯ୍ୟ ମୂଲ୍ୟ ପ୍ରଦାନ, ଶ୍ରମିକ କଲ୍ୟାଣ ବୋର୍ଡ ଗଠନ,ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ,ସାମାଜିକ ସୁରକ୍ଷା ଯୋଜନା ଲାଗୁ ସହ ଶାଳ ପତ୍ର ଉପଦେଷ୍ଟା କମିଟି ଗଠନ କରିବା କୁ ଦାବୀ ହୋଇଥିଲା।
