ଠାକୁରଗଡ଼: କିଶୋରନଗର ବ୍ଲକ ସଜାଂମୁରା ଗ୍ରାମ ଏକ ବିଲରେ ଏକ ଭାଲୁ ଆକ୍ରମଣ ରେ ନିଳାମ୍ବର ନାୟକ ଜଣେ ଚାଷୀ ଗୁରୁତର ହୋଇପଡିଛନ୍ତି ।
ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁପ୍ରଥମେ କିଶୋରନଗର ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ ନିଳାମ୍ବର ନିକଟସ୍ଥ ଚାଷ ଜମିକୁ ଚାଷ ପାଇର୍ ବଡିଭୋର ସମୟରେ ଯାଇଥିବା ବେଳେ ନିକଟସ୍ଥ ଜଙ୍ଗଲରେ ଥିବା ଭାଲୁ ଆକ୍ରମଣ କରିଥିଲା ।
