ବ୍ୟାସନଗର : ଯାଜପୁର ରୋଡ଼ ଥାନାର ଦୁଇ ପ୍ରବେଶ ପଥ ନୂଆଗଡ଼ ଗୋଲେଇ ଛକ ଓ ବେଣାପୁର ଛକ ନିକଟରେ ପୁଲିସ ସେଫ୍ଟି ପୋଷ୍ଟ ତେଜ ହୋଣ୍ଡା ପକ୍ଷରୁ ସ୍ଥାପନ କରାଯାଇଛି । ବିଭିନ୍ନ ସମୟରେ ଉକ୍ତ ଗୋଲେଇ ଛକରେ ଡ଼ିୟୁଟି କରୁଥିବା ପୁଲିସ ବାହୀନଙ୍କୁ ଖରା-ବର୍ଷାରୁ ସୁରକ୍ଷା ଦେବା ପାଇଁ ତେଜ ହୋଣ୍ଡାର ମାଲିକ ରାକେଶ ରାଉତ୍ ଦୁଇଟି ସେପ୍ଟି ପୋଷ୍ଟ ପ୍ରଦାନ କରିଥିଲେ । ଯାହା ଆଜି କାର୍ଯ୍ୟକ୍ଷମ ହୋଇଛି । କରୋନା ମହାମାରୀ ଆରମ୍ଭରୁ ପୁଲିସ, ପ୍ରଶାସନ ଏବଂ ଅନ୍ୟ ସମୁହକୁ ସହଯୋଗ କରି ଆସିଥିବା ଶ୍ରୀ ରାଉତ୍ଙ୍କ ଏଭଳି ଅବଦାନକୁ ପୁଲିସ ଏବଂ ସହରବାସୀ ବେଶ ପ୍ରସଂଶା କରିଛନ୍ତି ।
