ନୂଆଦିଲ୍ଲୀ: ସ୍ୱଦେଶ ପ୍ରତ୍ୟାବର୍ତ୍ତନବେଳେ ୭ ଜଣ ଭାରତୀୟ ନାଗରିକଙ୍କୁ ଲିବ୍ୟାରେ ଅପହରଣ କରାଯାଇଛି । ଏମାନେ ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ ଏବଂ ଉତ୍ତରପ୍ରଦେଶର ବାସିନ୍ଦା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେମାନେ ଲିବ୍ୟାରେ ବିଭିନ୍ନ କନଷ୍ଟ୍ରକସନ ଓ ତୈଳ କମ୍ପାନୀରେ କାମ କରୁଥିଲେ । ବିମାନ ବନ୍ଦରକୁ ଆସିବା ବାଟରେ ସେମାନଙ୍କୁ ଆଶୱାରିଫ ନାମକ ସ୍ଥାନରୁ ଅପହରଣ କରାଯାଇଛି ।
