Odisha news

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ, ଗର୍ଭବତୀ ମହିଳାଙ୍କୁ ୫ କି ମି କାନ୍ଧରେ ବୋହି ଆଣିଲେ

0

ତେନ୍ତୁଳିଖୁଣ୍ଟି- ସବୁ ବେଳେ ଜନ ହିତକର କାର୍ଯ୍ୟକୁ ନେଇ ଚର୍ଚ୍ଚା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ | ଲୋକଙ୍କ ଠାରୁ ଅଭିଯୋଗ ପାଇଗଲା ଖଣି ପହଂଚି ଯାଇ ସାହାଯ୍ୟ କରିବାକୁ ପଛାଉ ନାହାନ୍ତି | ସୋମବାର ଏକ ଗର୍ଭବତୀ ମହିଳା ପ୍ରଶୟ ବେଦନାରେ ଛଟ ପଟ ହେଉଥିବା ବେଳେ ଖବର ପାଇ ଗ୍ରାମରେ ପହଂଚି ଦୀର୍ଘ ୫ କିମି ରାସ୍ତାରେ କାନ୍ଧରେ ବୋହିକି ଆଣି ନିଜର ଵଦା ନ୍ୟତା ଦେଖାଇଛନ୍ତି | ମଇଦଲପୁର ପଂଚାୟତ କୁସୁମୁଖୁଣ୍ଟି ଗ୍ରାମର ଜେମା ବେହେରା ସକାଳୁ ପ୍ରସବ ଯନ୍ତ୍ରଣାରେ ଛଟ ପଟ ହୋଇ ଘରେ ପଡି ରହିଥିଲେ | ହେଲେ ଗାଁ କୁ ଯିବା ଲାଗି ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରୁନାହିଁ | ତେଣୁ ଜଙ୍ଗଲ ରାସ୍ତାରେ ଦୀର୍ଘ ୫ କି ମି ଚାଲି  ଆସିବା ପରେ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହେବାକୁ ପଡିଥାଏ | ବିଧାୟକ ଗ୍ରାମରେ ପହଂଚି ମହିଳାଙ୍କୁ କାନ୍ଧରେ ବୋହି ଆଣିଥିଲେ | ପରେ ନିଜ ଗାଡ଼ିରେ ନେଇ ମେଡିକାଲ ରେ ଭର୍ତି କରିଥିଲେ  | ବିଧାୟକଙ୍କ ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଅଧିବାସୀ ପ୍ରଶଂସା କରିଛନ୍ତି |

Leave A Reply