Odisha news

ଧନଘରଖୋଲ ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣାକୁ ୧୨ ଦିନ ବିତିଲା: ପୋଲିସର ଗୁରୁତ୍ୱ ନାହିଁ, ଭକ୍ତଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା,ପୂର୍ବ ୫ ମନ୍ଦିର ଚୋରିର ତଦନ୍ତ ମଧ୍ୟ ଶିତଳ ଭଣ୍ଡାରରେ

0

ଚଣ୍ଡିଖୋଲ,୨୨/୦୬ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ନିକଟ ପ୍ରଶିଦ୍ଧ ତଥା ପଵିତ୍ର ଆଧ୍ୟାତ୍ମିକ ସ୍ଥଳ ଧନଘରଖୋଲ ଜଗନ୍ନାଥଙ୍କ ମନ୍ଦିରରୁ ମହାପ୍ରଭୁଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ଓ ଆସବାବପତ୍ର ସହ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି ଯିବାକୁ ଇତିମଧ୍ୟରେ ୧୨ ଦିନ ବିତିଗଲାଣି ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଆଗେଇ ପାରିନାହିଁ! ଇତି ମଧ୍ୟରେ ମନ୍ଦିର ଟ୍ରଷ୍ଟିଙ୍କ ଏତଲାକୁ ଭିତିକରି ପୋଲିସ ବଡଚଣା ଥାନାରେ କେବଳ ଏକ ମାମଲା ପଞ୍ଜିକରଣ କରିଦେଇ ହାତବାନ୍ଧି ବସିଥିବା ଦେଖାଯାଇଛି! ଯାହାକୁନେଇ ଭକ୍ତ,ଶ୍ରଦ୍ଧାଳୁ ତଥା ସାଧାରଣ ଲୋକଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି ହେବାସହ ପୋଲିସର ଭୁମିକାନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନ ହୋଇଛି! କେବଳ ଧନଘରଖୋଲ ମନ୍ଦିର ନୁହେଁ ଚଳିତ ଏକମାସ ମଧ୍ୟରେ ଏହି ଅଞ୍ଚଳର ୭ଟି ଦେବାଳୟ ସମେତ ୧୩ଟି ଚୋରି ଘଟଣା ଘଟିଥିଲେ ମଧ୍ୟ କୌଣସି ଗୋଟିଏ ଘଟଣାରେ ପୋଲିସ ଚୋର ଧରିବା ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇନାହିଁ! ଧନଘରଖୋଲ ମନ୍ଦିରରୁ ସମସ୍ତ ସାମଗ୍ରୀ ଚୋରି ଯିବାପରେ ଏବେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ଓ ପୂଜାନିତିରେ ତାର ପ୍ରଭାବ ପଡିଛି! ତେବେ ବଡଚଣା ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିଲେ ମଧ୍ୟ ଦୀର୍ଘ ଦିନହେବ ଏଠାରେ ଥାନା ଅଧିକାରୀ ଓ ସେପରି ଦକ୍ଷ ପୋଲିସ ଅଧିକାରୀ ନାହାଁନ୍ତି! ଏବେ କାମ ଚଳାଇବାକୁ ବୈରୀ ଥାନା ଅଧିକାରୀଙ୍କୁ ଏଠାରେ ଅତିରିକ୍ତ ଦାଇତ୍ଵ ଦିଆଯାଇଛି! ଯେଉଁଥି ପାଇଁ ଏବେ ଏଠାରେ ଆଇନ ଶୃଙ୍ଖଳା ରକ୍ଷା ନେଇ ବିଭ୍ରାଟ ଦେଖାଦେଇଛି! ଗତ କିଛିଦିନ ହେବ କ୍ରମାଗତ ଭାବେ ଚୋରି ଓ ଲୁଟତରାଜ ବୃଦ୍ଧି ପାଇବାରେ ଲାଗିଛି ! ଉପଯୁକ୍ତ ପୋଲିସ ବଳର ଅଭାବହେତୁ ଚଳିତ କୌଣସି ଚୋରି ଘଟଣାରେ ପୋଲିସ ଅଦ୍ୟାବଧି ଚୋର ଧରିବା ବା ଚୋରି ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇନାହି! ଧନଘରଖୋଲ ମନ୍ଦିରର ମୁଖ୍ୟ ଦରଜା ଓ ଲୁହାଗ୍ରିଲ କାଟି ଚୋରମାନେ ମହାପ୍ରଭୁଙ୍କ ସମସ୍ତ ଗହଣା,ହୁଣ୍ଡି ବାକ୍ସ,ବାସନକୁସନ ସହ ଠାକୁରଙ୍କ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରି ଲୁଟି ନେଇଥିଲେ!! ଏପରିକି ମନ୍ଦିର ପାର୍ଶ୍ଵରେ ଥିବା ପୁଷ୍କରିଣୀର ରାଜହସକୁ ମଧ୍ୟ ଚୋରମାନେ ନେଇଯାଇଥିଲେ!  ପରିଚାଳନା କମିଟି ସଦସ୍ୟ ଦୀପକ ମିଶ୍ର ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେହିଦିନ ତଦନ୍ତ ଆରମ୍ଭ କରିଥିଲା! ହେଲେ ଆଉ ପୋଲିସର ଦେଖାନଥିବା ଅଭିଯୋଗ ହୋଇଛି! ଏ ଅଞ୍ଚଳର ପ୍ରଶିଦ୍ଧ ଜଗନ୍ନାଥ ମନ୍ଦିରରୁ ଚୋରିହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ଶ୍ରଦ୍ଧାଳମାନଙ୍କୁ ଏହା ଆଘାତ ଦେଇଛି! ଫଳରେ ଘଟଣାକୁନେଇ ଭକ୍ତଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି! ଏଥି ପୂର୍ବରୁ ମେ’ ମାସ ୩୧ ତାରିଖ ରାତିରେ ବଡଚଣା ଥାନାଠାରୁ ମାତ୍ର ତିନିଶହ ମିଟର ଦୂର ଦେଉଳକୁର ଗ୍ରାମର ୫ଟି ପ୍ରଶିଦ୍ଧ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା! ମନ୍ଦିର ଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ ହୋଇଥିଲେ ମଧ୍ୟ ପୋଲିସ କେବଳ ଥାନାରେ ଗୋଟିଏ କେଶ ପଞ୍ଜିକରଣ କରି ଅଦ୍ୟାବଧି ହାତବାନ୍ଧି ବସିଛି! ମନ୍ଦିର ଚୋରି ଘଟଣାକୁ ଗୁରୁତ୍ୱ ଦେଇ ପୋଲିସ ଯଥାଶୀଘ୍ର ଚୋରଙ୍କୁ ଧରିବା ସହ ଚୋରି ଯାଇଥିବା ମହାପ୍ରଭୁଙ୍କ ସମ୍ପତ୍ତିକୁ ଉଦ୍ଧାର କରିବା ପାଇଁ ଯାଜପୁର ଏସପିଙ୍କ ନିକଟରେ ସାଧାରଣରେ ଦାବି ହୋଇଛି!

Leave A Reply