Odisha news

ରାଇସୁଆଁ ଗାଁ ଖଣ୍ଡାଧୁଆ ନାଳ ପୋଲ ଉପରେ ଦୁଇଫୁଟର  ପାଣି

0

ତେଲକୋଇ-୨୦/୮- ତେଲକୋଇ ବ୍ଲକ ରାଇସୁଆଁ ପଞ୍ଚାୟତ ର ସାତ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଛି।ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନାଳ ଗୁଡିକରେ ବର୍ଷା ଜଳର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ସେହିଭଳି ଗତ କାଲି ବୁଧବାର ରାଇସୁଆଁ ଖଣ୍ଡାଧୁଆ ନାଳ ପୋଲ ଉପରେ ମଧ୍ୟ ଦୁଇଫୁଟର ବର୍ଷା ଜଳ ପ୍ରଭାହିତ ହେଉଥିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।

ରାଇସୁଆଁ ପଞ୍ଚାୟତ ର ସାତ ଗାଁ ମାର୍ଦ୍ଦା,ଭାଲୁଦରି, ବରବାହାଳି, ମଲାରବେଡା,ବିରବରପୁର,ପାଳସାହି ସହିତ ଢେ଼ଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକକୁ ସମ୍ପୂର୍ଣ୍ଣ ଯୋଗଯୋଗ ବିଛିନ୍ନ ହୋଇପଡିଛି ।ଲୋକେ ପଞ୍ଚାୟତ ରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜରୁରୀ ସେବା ପାଇଁ ମଧ୍ୟ ଆସି ପାରୁନାହାନ୍ତି ।ଗତକାଲି ସନ୍ଧ୍ୟାରେ ଗୋରୁ ଘରକୁ ଫେରିବା ବେଳେ ଏକ ଗୋରୁ ପୋଲ ଉପରୁ ବଢି ପାଣିରେ ଭାସି ଯାଇଥିଲା।ଗ୍ରାମର ଲୋକମାନେ ଗୋରୁ କୁ ଉଦ୍ଧାର କରିଥିଲେ।

Leave A Reply