Odisha news

ଜନନୀ ଯନ୍ତ୍ରଣା : ୧କିମି ରାସ୍ତା ରେ ଚାଲିଲେ ଗର୍ଭବତୀ

0
ତେଲକୋଇ– ପୁଣି ଜନନୀ ଯନ୍ତ୍ରଣା, ଗ୍ରାମ କୁ ଦୁଇ ପାର୍ଶ୍ୱରେ ନିର୍ମାଣ ହୋଇଛି ରାସ୍ତା, କିନ୍ତୁ ରାସ୍ତା ଦୁଇଟି ଗ୍ରାମ ର ଏକ କିଲୋମିଟର ଦୂର ରୁ ଆଉ ନିର୍ମାଣ ନହୋଇ ଅଧ ପାନ୍ତରିଆ ହୋଇ ପଡ଼ି ରହିଛି। ଫଳରେ ଗ୍ରାମ କୁ ଆମ୍ବୁଲାନ୍ସ ଯାଇନପାରିବାରୁ ଏକ କିଲୋମିଟର ଦୂର ଜମି ମାଳରେ ଚାଲିବାକୁ ପଡିଛି ଗର୍ଭବତୀ ମହିଳାଙ୍କୁ। ସ୍ୱାଧୀନତା ର ୭୪ବର୍ଷ ପରେବି ମଧ୍ୟ ତେଲକୋଇ ଆଦିବାସୀ ବହୁଳ ଅଞ୍ଚଳରେ ଏପରି ନଗ୍ନ ଚିତ୍ର ଦ ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଜଗମୋହନପୁର ପଞ୍ଚାୟତ ଟୁଁଗୁରୁବାହାଳ ଜୁଆଙ୍ଗ ସାହିରେ, ଟୁଁଗୁରୁବାହାଳ ଜୁଆଙ୍ଗ ସାହିର ଦୀନବନ୍ଧୁ ଜୁଆଙ୍ଗ ଙ୍କ ସ୍ତ୍ରୀ ପ୍ରମିଳା ଜୁଆଙ୍ଗ (୨୮)ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଆଶା କର୍ମୀ ମଞ୍ଜରୀ ସାହୁ ଉକ୍ତ ଗର୍ଭବତୀ ଙ୍କୁ  ତେଲକୋଇ ମେଡିକାଲ କୁ ନେବା ପାଇଁ ଯୋଜନା କରି ଓ ଆମ୍ବୁଲାନ୍ସ କୁ ଖବର କରିଥିଲେ। ତେବେ ଟୁଁଗୁରୁବାହାଳ ଜୁଆଙ୍ଗ ସାହି କୁ ରାସ୍ତା ଖଣ୍ଡିଏ ସଂଯୋଗ ହୋଇନଥିବାରୁ ବାଧ୍ୟ ହୋଇ ଗର୍ଭବତୀ ଙ୍କୁ ଙ୍କୁ ପ୍ରାୟ ଏକ କିଲୋମିଟର ଜମି ର ଖାଲ ଖମା ରେ ଯନ୍ତ୍ରଣାକୁ ଚାପି ଚାଲି ଚାଲି ମୁଖ୍ୟ ରାସ୍ତାକୁ ଆସିଲା ପରେ ଆମ୍ବୁଲାନ୍ସ ରେ ନେବାକୁ ପଡିଥିଲା। ସବୁ ଠାରୁ ବଡ଼ ପରିତାପର ବିଷୟ ଉକ୍ତ ବସ୍ତିକୁ ଗତ ଦୁଇ ବର୍ଷ ହେବ ଟୁଁଗୁରୁବାହାଳ ଜୁଆଙ୍ଗ ସାହି କୁ ରାସ୍ତା ସଂଯୋଗ ପାଇଁ ମନରେଗା ଯୋଜନାରେ ସାହି ର ଦୁଇ ପାର୍ଶ୍ୱ କୁ ଦୁଇଟି ରାସ୍ତା 10 ଲକ୍ଷ୍ୟ ବ୍ୟୟ ବରାଦ କରା ଯାଇ ନିର୍ମାଣ ହୋଇଛି। କିନ୍ତୁ ଦୁଇଟି ରାସ୍ତା ସାହି ଠାରୁ ଏକ କିଲୋମିଟର ଦୂରରେ ଅଟକି ଯାଇଛ।ଫଳରେ ଏପରି ଅବସ୍ଥା ଜୁଆଙ୍ଗ ସାହି ବାସୀଙ୍କୁ ଭୋଗିବାକୁ ପଡୁଛି। ଆଦିମଜନଜାତି 25 ଟି ଜୁଆଙ୍ଗ ପରିବାର ଏହି ସାହିରେ ରହୁଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ର କେତେ ଦରଦ ରହିଛି ଏହି ଦୃଶ୍ୟ ରୁ ଜଳ ଜଳ ହୋଇ ଦେଖା ଦେଇଛି।
IEC 2 years
Leave A Reply