Odisha news

କାର ସ୍କୁଟି ଧକ୍କା : ମହିଳା ଗୁରୁତର

0
ତେଲକୋଇ ୨୮/୮- ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମ ର ଜଣେ ମହିଳା ଦୁର୍ଘଟଣା ର ଶିକାର ହୋଇ ଗୁରୁତର ହୋଇଛନ୍ତି। ଘଟଣା ଅନୁଯାୟୀ ରାମଚନ୍ଦ୍ରପୁର ଗ୍ରାମ ର ସୁମି ମିଶ୍ର ନିଜ ସ୍କୁଟି ନେଇ ନଣନ୍ଦ ଘର ତାଳଚେର କୁ ଯାଉଥିବା ବେଳେ କରଡାଖମଣ ଠାରେ ଏକ ଅଜଣା ଗାଡି ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ସେ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିରହିଥିଲେ।
ସ୍ଥାନୀୟ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ସୁମି ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ  ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।
Leave A Reply