ତେଲକୋଇ ୨୭/୮- ତେଲକୋଇ ବ୍ଲକ ମୂଖ୍ୟ ରାସ୍ତା ୪୯ନଂ ଜାତୀୟ ରାଜପଥ ଜଗମୋହନପୁର ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ଅଧିନ ରେ ରହିଛି। ତେବେ ଗତ ବୁଧବାର ଲଗାଣ ବର୍ଷା ଯୋଗୁଁ ହନୁମତିଆ ପୋଲ ଉପରେ ଜଳ ସ୍ତର ବୃଦ୍ଧି ଯୋଗୁଁ ନିକଟସ୍ଥ ମୂଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି।
ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଯାନ ବାହାନ ଚଳାଚଳ କରିଥାଏ। ଏତଦବ୍ୟତୀତ ବ୍ଲକ ର ପାଞ୍ଚ ଟି ପଞ୍ଚାୟତ ର ଲୋକ ଏହି ରାସ୍ତା ଉପରେ ଗୁରୁତ୍ୱ ଦେଇଥାନ୍ତି। ତୁରନ୍ତ ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ କରିବା ପାଇଁ ତେଲକୋଇ ସରପଞ୍ଚ ମାନସ କୁମାର ନାଏକ ଓ ଛାମୁଣ୍ଡା ସରପଞ୍ଚ କଳ୍ପତରୁ ନାୟକ ଦାବୀ କରିଛନ୍ତି ।
