Odisha news

୨୦ରୁ ରାଜ୍ୟରେ ଟେଲି ମେଡିସିନ୍ ସେବା

0

ଭୁୁବନେଶ୍ୱର,୧୬ ଜୁଲାଇ – ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଟେଲି ମେଡିସିନ୍ ସେବା ଆରମ୍ଭ ହେବ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା ଯୋଗୁଁ ଅନ୍ୟ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି । ବୈଠକର ନିଷ୍ପତି ଅନୁଯାୟୀ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ଟେଲି ମେଡିସିନ୍ ସେବା ମିଳିବ । ରାଉରକେଲା ଆଇଜିଏଚ୍ , ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, କଟକ ଶିଶୁଭବନ ଓ କ୍ୟାନ୍‌ସର ହସ୍ପିଟାଲରେ ଏହି ସେବା ମିଳିବ । ମେଡିକାଲ କଲେଜରେ ୨୪ ଘଂଟିଆ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏ ସେବା ପ୍ରଦାନ କରାଯିବ । ଟେଲି ମେଡିସିନ୍ ସେବା ପାଇଁ ପ୍ରତି ମେଡିକାଲକୁ ୨ ମୋବାଇଲ ଓ ସିମ୍‌କାର୍ଡ ଯୋଗାଇ ଦେଇଛି ଓକାକ୍ ।

Nalco

Leave A Reply