Odisha news

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା କଟକ ସଦର ମତଦାନ

0
ତେଲେଙ୍ଗାପେଣ୍ଠ : କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ କଟକ ସଦର ନିର୍ବାଚନ ମଣ୍ଡଳୀରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଗଣତାନ୍ତ୍ରର ମହାପର୍ବ ମତଦାନ । କିଛି ବୁଥରେ ଇଭିଏମ ଖରାପ ହେବାରୁ ମତଦାନ ବିଳମ୍ବ ରେ ଆରମ୍ଭ ହେଇଥିଲା ।ମତଦାନ ପାଇଁ ସକାଳୁ ସକାଳୁ ବୁଥ ସାମ୍ନାରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ଅନେକ ବୁଥରେ ଏହି ଭିଡ ଦିନ ତମାମ ଦେଖିବାକୁ ମିଳିଥିଲା । ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଭୋଟର ମାନେ ଛିଡ଼ା ହୋଇ ଭୋଟ ଦେଉଥିଲେ । ପ୍ରାୟ ମତଦାନ କେନ୍ଦ୍ରରେ ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ  ତମ୍ବୁ ଟଣାଯାଇ ଥିବା ବେଳେ କିଛି ବୁଥ ସାମ୍ନାରେ ଖରାରେ ଭୋଟର ମନେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଭୋଟର ମାନଙ୍କ ସୁବିଧା ନିମନ୍ତେ ବସିବା ପାଇଁ ଚେୟାର, ପିଇବା ପାଇଁ ଓଆରଏସ ଓ ଥଣ୍ଡା ପାନୀୟ ବ୍ୟବସ୍ଥା  କରାଯାଇଥିଲା । କଟକ ସଦର ନିର୍ବାଚନମଣ୍ଡଳୀରେ ମୋଟ ୨୪୨ ବୁଥ ମଧ୍ୟରୁ ସଖି ମତଦାନ କେନ୍ଦ୍ର ୪୦ଟି , ଯୁବ ପରିଚାଳିତ ମତଦାନ କେନ୍ଦ୍ ୨ଟି , ସମ୍ବେଦନଶୀଳ ମତଦାନ କେନ୍ଦ୍ର ୧୧୨ଟିରେ ସୁରୁଖୁରୁରେ ମତଦାନ ଶେଷ ହୋଇ ହୋଇଯାଇଛି । ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨୨୮୫୬୪ , ସେଥିରେ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୧୬୬୯୦ , ମହିଳା ଭୋଟର ସଂଖ୍ୟା ୧୧୧୮୫୨ ଓ ଅନ୍ୟାନ୍ୟ ସଂଖ୍ୟା ୨୨ । ସଂଧ୍ୟା ୬ଟା ସୁଦ୍ଧା କଟକ ସଂସଦୀୟ କ୍ଷେତ୍ରରେ ଶତକଡା ୫୪.୩୬ ଭାଗ ମତଦାନ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ଜାରି ରହିଛି । କଡ଼ା ସୁରକ୍ଷାରେ ଇଭିଏମ ଗୁଡ଼ିକ ନିଆଯିବା ର ବ୍ୟବସ୍ଥା କରାଯାଇଛି । ପ୍ରାର୍ଥୀ ମାନଙ୍କ ଭାଗ୍ୟ ଏବେ ଇଭିଏମ ରେ ସିଲ୍ ହୋଇଯାଇ ଥିବା ବେଳେ ଆସନ୍ତା ୪ ତାରିଖ ଗଣତିକୁ  ଅପେକ୍ଷ ରହିଲା ।
Ad2
Leave A Reply