Odisha news

ମାନସିକ ଦୁଶ୍ଚିନ୍ତା ଦୁରକରିବ ତେଜପତ୍ର : ଜଣାନ୍ତୁ କିପରି କରିବେ ବ୍ୟବହାର

0

ତେଜପତ୍ର ଭାରତର ଗୋଟିଏ ଜଣାଶୁଣା ଓ ପୁରୁଣା ମସଲାରେ ପରିଚିତ l ତେଜପତ୍ରକୁ ସମସ୍ତେ ପ୍ରାୟ ଖାଇବାରେ ବ୍ୟବହାର କରନ୍ତି ,ଏହାକୁ ମଧ୍ୟ ଔଷଧ ଭାବରେ ବ୍ୟବହାର କରାଯାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ତେଜପତ୍ରର ଐଶୋରୀୟ ଶକ୍ତି ମଧ୍ୟ ରହିଛି l ଆଜିକାଲି ଭାଗ ଦୌଡ ଜୀବନରେ ସବୁ ରୋଗର ମୁଖ୍ୟ କାରଣ ହେଲା ଚିନ୍ତା ବା ଦୁଶ୍ଚିନ୍ତା l ଯାହା ଆମକୁ ରୋଗ ଭିତରକୁ ଟାଣି ନେବା ସହିତ ମାନସିକ ସ୍ତରରେ ଦୁର୍ବଳ ମଧ୍ୟ କରିଥାଏ l ବୟସ ପୂର୍ବରୁ ଯେପରି ଲାଗୁଛି ଆମେ ବାର୍ଦ୍ଧକ୍ୟ ଆଡକୁ ଶୀଘ୍ର ଗତିକରି ଯାଉଛୁ l

ଏହି ସମସ୍ତ ମାନସିକ ଦୁଶ୍ଚିନ୍ତାରୁ ନିଜକୁ ଦୁରାଇ ରଖିବା ପାଇଁ ମଣିଷ ବିଭିନ୍ନ ପ୍ରକାର କାର୍ଯ୍ୟ ଅବଲମ୍ବନ କରୁଛି ଯେପରିକି ଯୋଗର ସହର ନେବା ସହିତ କେତେବେଳେ ମାସେଜ ସେଣ୍ଟରକୁ ଯାଇ ମାଲିସ ହେଉଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୁରାତନ ଆୟୁର୍ବେଦ ଗ୍ରନ୍ଥରେ ତେଜପତ୍ରକୁ ବ୍ୟବହାର କରାଯାଉଥିଲା ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରହିବ ପାଇଁ l ଏହା ଏକ ପୁରାତନ ଜଡିବୁଟି l ରୁଷିଆର ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାରର ଅଧୟନ କରି ଜାଣି ପାରିଛନ୍ତି ଯେ ତେଜପତ୍ର ମାନସିକ ଦୁଶ୍ଚିନ୍ତାକୁ ଦୂର କରିବାର ଶକ୍ତି ରହିଛି l ତେଣୁକରି ପାଶ୍ଚାତ୍ୟ ସଭ୍ୟତାରେ ଆରୋମା ଥେରାପି ପାଇଁ ବ୍ୟବହାର କରାଯାଏ l ଏହା ସହିତ ତ୍ୱଚାରେ ରହିଥିବା ବିଭିନ୍ନ ରୋଗ ଓ ଶ୍ୱାସ ସମ୍ବଧୀୟ ସମସ୍ୟା କୁ ମଧ୍ୟ ତେଜପତ୍ର ଠିକ କରିଥାଏ l

ଭାରତର ପୁରାତନ ଯୁଗରେ ତେଜପତ୍ରକୁ କିପରି ବ୍ୟବହାର କରୁଥିଲେ-

ଗୋଟିଏ ତେଜପତ୍ରର ମହତ୍ୱ ପୁରାତନ ଯୁଗରେ ଖୁବ ରହିଥିଲା l ତେଣୁ ଆଜି ମଧ୍ୟ ଅନେକ ଲୋକ ତେଜପତ୍ରକୁ ନେଇ ଏକ ବିଶେଷ ପଦ୍ଧତି ଅବଲମ୍ବନ କରୁଛନ୍ତି l ଯାହା ମଣିଷକୁ ଦୁଶ୍ଚିନ୍ତାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ଗୋଟିଏ ତେଜପତ୍ର ଶୁଖିଲା କିମ୍ବା କଞ୍ଚା ନିୟନ୍ତୁ ,ଏବଂ ଏହାକୁ ଏକ ପାତ୍ରମଧ୍ୟରେ ରଖନ୍ତୁ ତାପରେ ତାକୁ ଜଳାନ୍ତୁ l ଜଳାଇ ସାରିବା ପରେ ଘର ବାହାରକୁ ନେଇ କିଛି ସମୟ ପାଇଁ ରଖି ତାପରେ ଘର ଭିତରକୁ ନେଇ ଅସାନ୍ତୁ l ଏପରି କଲେ ଆପଣ ଜାଣି ପାରିବେ ତେଜପତ୍ର ଧୂଆଁରେ ଘରଭିତରେ ଗୋଟିଏ ମହକ ସୃଷ୍ଟି ହେଉଛି l ଯାହା ଆମକୁ ସତେଜ କରିବ l ଏପରି ପ୍ରତେକ ଦିନ କରିବା ଦ୍ୱାରା ଆପଣ ଦେଖିବେ ଯେ ଏହାର ବାସ୍ନାରେ ମାନସିକ ଦୁଶ୍ଚିନ୍ତା ଦୁରାଇବାକୁ ଲାଗିବ ଓ ମନ ଭିତରେ ସକାରତ୍ମକ ଭାବନା ଆସିବ l

Nalco
Leave A Reply