Odisha news

ଭାରତୀୟ ଯୁଦ୍ଧ ବିମାନ ତେଜସ୍ ର ବିଶ୍ବରେ ବଢିଲା ଚାହିଦା , କିଣିବା ପାଇଁ ଅନେକ ଦେଶ ଇଛୁକ

0

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ୍ ବିଶ୍ଵ ଦରବାର ରେ ନିଜର ରକ୍ଷା କ୍ଷେତ୍ରକୁ ନେଇ ଗୋଟିଏ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ଆରେଜ୍ଟିନା ସହିତ ବିଶ୍ଵର ଅନେକ ଦେଶ ଭାରତର ନିଜସ୍ଵ ନିର୍ମିତ ଯୁଦ୍ଧ ବିମାନ ତେଜସ କିଣିବାକୁ ଇଚ୍ଛା ପ୍ରକାଶ କରିଛି । ଭାରତ ର ବିଦେଶ ମନ୍ତ୍ରଣାଳୟ ନିଜେ ଏଥିରେ ମୋହର ଲଗାଇ ସାରିଛି । ତେଜସ୍ କୁ ନେଇ ଭାରତର ବିଦେଶ ମନ୍ତ୍ରୀ ଏସ ଜୟସଂକର ୨ଦିନ ପାଇଁ ଅର୍ଜେଣ୍ଟିନା ଗସ୍ତ କରିଛନ୍ତି ।

ଭାରତୀୟ ଯୁଦ୍ଧ ବିମାନ ତେଜସ କୁ ନେଇ ସାରା ବିଶ୍ୱରେ କାହିଁକି ଚାହିଦା ରହିଛି, ଏହା ପଛରେ ୨ଟି କାରଣ ରହିଛି ଚୀନ୍ ଓ ପାକିସ୍ତାନ ର ଜେ ଏଫ୍ ୧୭ ଠାରୁ ଅଧିକ ଶକ୍ତିଶାଳୀ ଅଟେ । ଅନ୍ୟଟି ତେଜସ୍ ବିଶ୍ଵର ଅନ୍ୟ ଯୁଦ୍ଧ ବିମାନ ମାନଙ୍କ ଠାରୁ ଖୁବ୍ ଶସ୍ତା ଅଟେ ।
ଅର୍ଜେଣ୍ଟିନା ବ୍ୟତୀତ ନିକଟରେ ମାଲେସିଆ , ଇଣ୍ଡୋନେସିଆ ଓ ଫିଲି ପାଇନ୍ସ୍ ସହିତ ଅନେକ ଗୁଡ଼ିଏ ଦେଶ ତେଜସ୍ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଅର୍ଜେଣ୍ଟିନା ସହିତ ଭାରତ ପରମାଣୁ ଉର୍ଜା ଓ ଅନ୍ତରୀକ୍ଷ ର ରଣନୀତି କ୍ଷେତ୍ରରେ ସହଯୋଗ ର ସମୀକ୍ଷା କରିଥିଲା । ଭାରତୀୟ ବିଦେଶ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ଅର୍ଜେଣ୍ଟିନା ସ୍ୱଦେଶୀ ନିର୍ମିତ ତେଜସ୍ କୁ କିଣିବା ପାଇଁ ରୁଚି ରଖିଛି ।
ଭାରତୀୟ ବାୟୁସେନା ପାଇଁ ତେଜସ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଲ୍ ଏ ସି ଓ ଏଲ ଓ ସି ସୀମାରେ ଚୀନ୍ ଓ ପାକିସ୍ତାନ ର କଡ଼ା ମୁକାବିଲା କରିବା ପାଇଁ ତେଜସ୍ ପ୍ରସ୍ତୁତ ରହିଛି । ଏହାକୁ ଉଭୟ ଦେଶ ମଧ୍ୟ ଠିକ୍ ଭାବରେ ବୁଝିଛନ୍ତି ଯେ ତେଜସ କିଭଳି ଶକ୍ତିଶାଳୀ ।
Nalco
Leave A Reply