Odisha news

ଗବେଷଣାରୁ ଖୁଲାସା : ଟିନ ଏଜ ରେ ମଦ୍ୟପାନ କରିବା ଦ୍ୱାରା ବ୍ରେନ ଏଭଳି ଭାବରେ ହୋଇଥାଏ କ୍ଷତିଗ୍ରସ୍ତ

0

ନିକଟରେ ହାବାର୍ଡ ବିଶ୍ୱବିଦ୍ୟାଳୟ ର ଗୋଟିଏ ଅଧ୍ୟୟନ ଅନୁସାରେ ଜଣା ପଡିଛି ଯେ କିଶୋରାବସ୍ଥା ରେ ମଦ୍ୟପାନ କରିବା ଦ୍ୱାରା ଅମିଗଡାଲ କୁ ପ୍ରଭାବିତ କରିଥାଏ, ଯାହା ମସ୍ତିଷ୍କର ଟେମ୍ପୋରଲ ଲୋବ ର ଗୋଟିଏ ଅଂଶ ଅଟେ, ଯାହା ସ୍ମୃତି ଶକ୍ତିକୁ ସମ୍ଭାଳିବାର ସାହାଯ୍ୟ କରିଥାଏ l ମୂଷା ଓ ମଣିଷ ମାନଙ୍କ ଉପରେ ହୋଇଥିବା ଅଧ୍ୟୟନ ହୋଇଥିବାକୁ ନେଇ ବୈଜ୍ଞାନିକ ମାନେ ମତ ଦେଇଥିଲେ ଯେ ୧୮ – ୨୫ ମଧ୍ୟରେ ମଦ୍ୟପାନ କରିବା ଦ୍ୱାରା activity regulated cytoskeletal ପ୍ରୋଟିନ ଉତ୍ପାଦନ କମ ହୋଇଥାଏ l ଯାହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ l

– ଏହି ଗବେଷଣା ଅନୁସାରେ ଯଦି ଆପଣଙ୍କ ସନ୍ତାନ କିଶୋରବସ୍ଥାରେ ମଦ୍ୟପାନ ର ଶିକାର ହେଉଛି ତେବେ ଆପଣ ସେଥିପ୍ରତି ଦୃଷ୍ଟି ଦେଇ ଗମ୍ଭୀର ଭାବରେ ନେବା ଆବଶ୍ୟକ l ନଚେତ ବୟସ ବଢିବା ସହିତ ଏହି ଅବସ୍ଥା ଭୟଙ୍କର ରୂପ ନେଇପାରେ l

ଗ୍ରହଣ କରନ୍ତୁ ଏହିସବୁ ପଦକ୍ଷେପ :-

– ନିଜ ସନ୍ତାନର ନିକଟତର ହେବାକୁ ଚେଷ୍ଟା କରନ୍ତୁ l କାରଣ ଆଜିକାଲି ର କର୍ମ ବହୁଳ ଜୀବନ ରେ ପିତାମାତା ନିଜ ନିଜର ଜୀବିକା କୁ ନେଇ ଏତେ ଅଧିକ ବେସ୍ତ ରହି ଯାଉଛନ୍ତି ଯେ ସନ୍ତାନ ମାନେ ନିଃସଙ୍ଗ ହୋଇ ସମୟ ଅତିବାହିତ କରୁଛନ୍ତି l

– ନିଜ ସନ୍ତାନକୁ ଗୋଟିଏ ବନ୍ଧୁ ଭଳି ବ୍ୟବହାର କରନ୍ତୁ l ଯେପରି ତାର ଛୋଟ ଛୋଟ କଥାକୁ ଆପଣଙ୍କ ଆଗରେ ସିଏ ଖୁବ ସହଜରେ କହି ପାରୁଥିବ l

– ନିଜ ସନ୍ତାନର ଗତିବିଧି ରେ ଯଦି କିଛି ଫରକ ଲକ୍ଷ କରୁଛନ୍ତି ତେବେ ତାହାକୁ ଅଧିକ ଗମ୍ଭୀର ଭାବରେ ତର୍ଜମା କରନ୍ତୁ ଓ ଏହାର ସମାଧାନ ଖୋଜନ୍ତୁ l

– ଯଦି ଆପଣଙ୍କ ସନ୍ତାନ ବିନା କାରଣରେ କିମ୍ବା ଛୋଟ ଛୋଟ କଥାରେ ବିରକ୍ତି ଭାବ ପ୍ରକାଶ କରୁଛି ତେବେ ଜାଣି ରଖନ୍ତୁ ଯେ ସେ ଗମ୍ଭୀର ସମସ୍ୟାରେ ଯାଉଛି, ତାହା ତାକୁ ପଚାରି ବୁଝିବାକୁ ଚେଷ୍ଟା କରନ୍ତୁ l

– ଆବଶ୍ୟକତା ଠାରୁ ଅଧିକ ପଇସା ଖର୍ଚ୍ଚ କରିବାକୁ ନିଜର ସନ୍ତାନ ର ଅଭ୍ୟାସ କରାନ୍ତୁ ନାହିଁ l କାରଣ ଏହା ତାକୁ ବିପଥ ଗାମୀ କରାଇବ l

– ଯଦି ଆପଣଙ୍କ କିଶୋରାବସ୍ଥାର ସନ୍ତାନ ମଦ୍ୟପାନ ର ଶିକାର ହେଉଛି ତେବେ ତାକୁ ଉତେଜିତ ହୋଇ ନୁହେଁ, ସ୍ନେହର ସହିତ ବୁଝାଇବା କୁ ଚେଷ୍ଟା କରନ୍ତୁ l ଅଥବା ରୀ – ହାବିଲିସେସନ ସେଣ୍ଟର ରେ କିଛି ମାସ ପାଇଁ ଛାଡିବାକୁ ଚେଷ୍ଟା କରନ୍ତୁ l

IEC 2 years
Leave A Reply