ଭୁବନେଶ୍ୱର : ଟେକ୍ ମହିନ୍ଦ୍ରା (ଏନ୍ଏସ୍ଇ:ଟେକ୍ଏମ୍ ) ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକୁ ଟେକ୍ନୋଲୋଜି କନସଲଟିଂ ଏବଂ ଡିଜିଟାଲ୍ ସଲ୍ୟୁସନ୍ ଯୋଗାଉଥିବା ଅଗ୍ରଣୀ ବିଶ୍ୱସ୍ତରୀୟ କମ୍ପାନି ଟେକ୍ ମହିନ୍ଦ୍ରା (ଏନ୍ଏସ୍ଇ:ଟେକ୍ଏମ୍) ଜୁନ୍ ୩୦, ୨୦୨୪ରେ ଶେଷ ହୋଇଥିବା ତ୍ରୈମାସିକର ଅଡିଟ୍ ହୋଇଥିବା ସମନ୍ୱିତ ଆର୍ଥôକ ଫଳାଫଳ ଘୋଷଣା କରିଛି ।
ଟେକ୍ ମହିନ୍ଦ୍ରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିଦେ୍ର୍ଦଶକ ମୋହିତ ଯୋଶୀ କହିଛନ୍ତି,“ଅଧିକାଂଶ ଶିଳ୍ପ କ୍ଷେତ୍ରରେ ସକାରାତ୍ମକ ଗତି ଦେଖିବା ଉତ୍ସାହଜନକ, ଯାହା ଋତୁକାଳୀନ ଦୁର୍ବଳ ତ୍ରୟମାସରେ ରାଜସ୍ୱ ଅଭିବୃଦ୍ଧି ଏବଂ ମାର୍ଜିନ୍ ସମ୍ପ୍ରସାରଣର କାରଣ ହୋଇଛି । ଆମେ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେଉଛୁ ଏବଂ ଆର୍ଥôକ ବର୍ଷ ୨୭ ପାଇଁ ଆମର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଦିଗରେ ଅଛୁ ।”
ଟେକ୍ ମହିନ୍ଦ୍ରାର ମୁଖ୍ୟ ଆର୍ଥôକ ଅଧିକାରୀ ରୋହିତ ଆନନ୍ଦ କହିଛନ୍ତି,“ପ୍ରଥମ କ୍ୱାର୍ଟର ଫଳାଫଳ ଉଭୟ ଚଳିତ ବର୍ଷ ଏବଂ ଆମର ମଧ୍ୟମ କାଳୀନ ରଣନୀତି ପାଇଁ ଏକ ସକାରାତ୍ମକ ଆରମ୍ଭ । ଆମେ ଆମର ରଣନୈତିକ ପ୍ରାଥମିକତାରେ ଉଲ୍ଲେଖ କରିଛୁ ଯେ, ଦୀର୍ଘକାଳୀନ ସ୍ଥାୟୀ ପ୍ରଦର୍ଶନ ପାଇଁ ବ୍ୟବସାୟରେ ନିବେଶ ଉପରେ ଆମର ଧ୍ୟାନ ରହିଛି ।”