ହିମାଂଶୁ ଶେଖର ଆଚାର୍ଯ୍ୟ : ସାକ୍ଷରତା ଯେକୌଣସି ଦେଶର ଅଭିବୃଦ୍ଧିର ମୂଳ ଉତ୍ସ । ଏଦିଗରେ ଅବହେଳା କଲେ ପ୍ରଗତିର ଧାରା ବ୍ୟାହତ ହେବ । ଚଳିତ ବର୍ଷ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଇଁ ବିଷୟବସ୍ତୁ ରହିଛି -(କୋଭିଡ-୧୯ ସଙ୍କଟ ଓ ପରବର୍ତ୍ତୀ ସମୟରେ ଶିକ୍ଷାଦାନ ଓ ପଠନ)” ।ସମ୍ପ୍ରତ୍ତି ମହାମାରୀ କରୋନା ଯୋଗୁଁ ପା୍ରୟ ୬ମାସରୁ ଉଦ୍ଧ୍ୱର୍ ସମୟ ହେଲା ପିଲା ମାନଙ୍କ ପାଠ ପଢା ଠପ୍ ହୋଇପଡିଛି । ସେମାନଙ୍କ ଭବିଷ୍ୟତ ସଜାଡିବା ପାଇଁ ଓ ଶିକ୍ଷା ଦାନକୁ ଭରଣା କରିବା ଆମ ରାଜ୍ୟ ତଥା ଦେଶ ସମେତ ସାରା ବିଶ୍ୱରେ ଅନ୍ଲାଇନରେ ପାଠ ପଢାକୁ ଗୁରୁତ୍ୱ ଦିଆଯାଉଛି ।ଏଥିପାଇଁ ପାଠପଢାର ମୁଖ୍ୟ ମାଧ୍ୟମ ହେଉଛି ସ୍ମାଟ୍ଫୋନ, କମ୍ପୁ୍ୟଟର ଏବଂ ଟିଭି ।

ତେବେ ସ୍ମଟ୍ଫୋନ ଏବଂ ଟିଭି ବିନା ଅନ୍ଲାଇନ ଶିକ୍ଷା କିପରି ସମ୍ଭବ ତାହା ଏବେ ଏକ ବଡ ପ୍ରଶ୍ନ ହୋଇ ଉଭାହୋଇଛି । ଆମ ରାଜ୍ୟ କଥା ଚିନ୍ତାକଲେ ଆମ ରାଜ୍ୟର ମାତ୍ର ୨୮ପ୍ରତିଶତ ପିଲାଙ୍କ ପାଖରେ ସ୍ମଟ୍ଫୋନ୍ ଥିବା ବେଳେ ବାକି ୭୨ପ୍ରତିଶତ ପିଲା ଦାମିକା ଫୋନ୍ ଧରିବାକୁ ଅସମର୍ଥ । ସେହିପରି ରାଜ୍ୟର ୫୬.୩୦ପ୍ରତିଶତ ପିଲାଙ୍କ ଘରେ ଟିଭି ଥିଲା ବେଳେ ୪୩.୭୦ପ୍ରତିଶତ ପିଲାଙ୍କ ଘରେ ଟିଭି ନଥିବା ଜଣାପଡିଛି । ଫଳରେ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ ଶିକ୍ଷା ଏକରକମ ଅପହଞ୍ଚ ହୋଇଯାଇଛି ।

ସାକ୍ଷରତା ପ୍ରଗତିର ଚାବିକାଠି । ଯେଉଁ ଦେଶ ଯେତେ ଶିକ୍ଷିତ, ସେହି ଦେଶ ସେତେ ଉନ୍ନତ । ଯେତେ ଯାହା ଯୋଜନା କଲେ ବି ନିରକ୍ଷରତା ଦୂର ନ ହେଲେ କୈାଣସି ଦେଶର ଉନ୍ନତି ଆଶାନୁରୂପ ହୋଇପାରିବନାହିଁ । କାରଣ ଏହା ଉପରେ ମାନବ ସମ୍ବଳର ବିକାଶ ନିର୍ଭର କରେ । ଏକ ଲୋକପ୍ରିୟ କାହାଣୀ କୁହେ – “ଯଦି ତୁମେ ଆଗାମୀ ଏକ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ମଞ୍ଜି ବୁଣିଦିଅ, ଯଦି ୧୦ ବର୍ଷ ବା ତା ଠାରୁ ଉଦ୍ଧ୍ୱର୍ ସମୟ ପାଇଁ ଯୋଜନା କରୁଛ, ତାହେଲେ ଜମିରେ କିଛି ଗଛ ଲଗାଇଦିଅ, ଆଉ ଯଦି ୧୦୦ ବର୍ଷ ପାଇଁ ଯୋଜନା କରୁଛ, ତାହେଲେ ସମସ୍ତଙ୍କୁ ଶିକ୍ଷିତ କରାଇଦିଅ” ।

ଏଥିରୁ ସାକ୍ଷରତାର ଗୁରୁତ୍ୱ ସ୍ପଷ୍ଟ ଅନୁମେୟ । ସାକ୍ଷରତା କେବଳ ଏକ ଅଧିକାର ନୁହେଁ ବରଂ ସାମାଜିକ ଓ ମାନବିକ ବିକାଶର ମାଧ୍ୟମ ଅଟେ । ତେଣୁ କୌଣସି ଦେଶର ବାସ୍ତବ ବିକାଶ ସେ ଦେଶର ସାକ୍ଷରତା ସହ ଅଙ୍ଗାଙ୍ଗୀଭାବେ ଜଡିତ । ଦାରିଦ୍ର୍ୟ ଦୂରୀକରଣ, ଶିଶୁ ମୃତୁ୍ୟହାର ହ୍ରାସ, ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ, ପୁରୁଷ ମହିଳା ଲିଙ୍ଗାନୁପାତ ହ୍ରାସ ଓ ଉଚ୍ଚମାନର ଜୀବନଧାରଣର ମାନକୁ ଏହା ସିଧାସଳଖ ପ୍ରଭାବିତ କରେ । ସାକ୍ଷରତା ପାଇଁ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ୟୁନେସ୍କୋ ତରଫରୁ ୧୯୬୬ ମସିହାଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୮ତାରିଖକୁ ଆନ୍ତର୍ଜାତିକ ସାକ୍ଷରତା ଦିବସରୂପେ ପାଳନ କରାଯାଉଅଛି ।

ଏବେବି ବିଶ୍ୱରେ ନିରକ୍ଷରଙ୍କ ସଂଖ୍ୟା ପ୍ରାୟ ୭୫ କୋଟିରୁ ଉଦ୍ଧ୍ୱର୍ । ପ୍ରତି ପାଞ୍ଚଜଣ ପ୍ରାପ୍ତ ବୟସ୍କ ଲୋକଙ୍କ ମଧ୍ୟରେ ଜଣେ ନିରକ୍ଷର । ଅନୁ୍ୟନ ୭କୋଟି ଶିଶୁ ନିମ୍ନ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ । କେତେ ଶିଶୁ ପ୍ରାଥମିକ ସ୍ତରରୁ ହିଁ ଶିକ୍ଷା ଛାଡୁଛନ୍ତି ତାହାର କୌଣସି ହିସାବ ନାହିଁ । ପରିସଂଖ୍ୟାନ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ । ବର୍କିନା ଫାସୋ, ନିଗର ଓ ତଥ୍ୟରୁ ଜଣାପଡେ ଦକ୍ଷିଣ ଓ ପଶ୍ଚିମ ଏସିଆରେ ପ୍ରାପ୍ତ ବୟସ୍କ ନିରକ୍ଷରଙ୍କ ସଂଖ୍ୟା ସର୍ବାଧିକ । ଏହା ପଛକୁ ଅଛନ୍ତି ଆରବ ଓ ଆଫ୍ରିକାନ୍ ରାଷ୍ଟ୍ରସମୂହ ।

ବର୍କିନା ଫାସୋ, ନିଗର ଓ ମାଲିରେ ସାକ୍ଷରତା ହାର ବିଶ୍ୱରେ ସବୁଠାରୁ କମ୍ ଯଥାକ୍ରମେ ୧୨.୮ ପ୍ରତିଶତ, ୧୪.୪ ପ୍ରତିଶତ ଓ ୧୯ ପ୍ରତିଶତ । କିନ୍ତୁ ବିଶ୍ୱର ସାକ୍ଷରତା ହାର ୮୪ ପ୍ରତିଶତକୁ ବିଚାରକୁ ନେଲେ ସ୍ୱୀକାର କରିବାକୁ ହେବ ଯେ ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି । ଏକ ସର୍ବେକ୍ଷଣରୁ ଯଣାପଡିଛିଯେ ଏବେବି ଆମ ଦେଶରେ ପ୍ରାୟ ୨୮ କୋଟିରୁ ଉଦ୍ଧ୍ୱର୍ ଲୋକ ନିରକ୍ଷର ଅଛନ୍ତି ।

ଏହି ପରିପ୍ରେକ୍ଷୀରେ ବିଶ୍ୱରେ ସାକ୍ଷରତା ହାର ଅଧିକ ଥିବା ଦେଶମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ଗ୍ରେଟବ୍ରିଟେନ, ସୋଭିଏତ୍ ଋଷ, ସୁଇଡେନ, କାନାଡା ପ୍ରଭୃତି ଦେଶରେ ସାକ୍ଷରତା ହାର ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ, ୯୯.୬ ପ୍ରତିଶତ, ୯୯ ପ୍ରତିଶତ ରହିଛି । ଏପରିକି କାନାଡା, ନିଉଜିଲ୍ୟାଣ୍ଡ ଓ ବର୍ମା ପ୍ରଭୃତି ଦେଶରେ ମ୍ମ ସାକ୍ଷରତା ହାର ହେଉଛି ଯଥାକ୍ରମେ ୯୯ ପ୍ରତିଶତ, ୯୯ ପ୍ରତିଶତ ଓ ୮୯ ପ୍ରତିଶତ । ଏହି ପରିପ୍ରେକ୍ଷୀରେ ଆମ ଦେଶକଥା ବିଚାରକୁ ନେଲେ ୨୦୧୧ ଜନଗଣନା ଅନୁସାରେ ଆମ ଦେଶର ସାକ୍ଷରତା ହାର ୭୪.୦୪ ପ୍ରତିଶତ । ତନ୍ମ୍ମରୁ ପୁରୁଷ ସାକ୍ଷରତା ହାର ୮୨.୧୪ ପ୍ରତିଶତ ହୋଇଥିବା ବେଳେ ନାରୀ ସାକ୍ଷରତା ହାର ୬୫.୪୬ ପ୍ରତିଶତ ।

ଏଥିରୁ ଅନୁମେୟ ପୃଥିବୀର ଅନ୍ୟ ଦେଶ ତୁଳନାରେ ଭାରତର ନିରକ୍ଷରତା ସମସ୍ୟା ଉକ୍ରଟତର । ସେହିପରି ଆମ ପ୍ରଦେଶ ଓଡ଼ିଶା କଥା ଚିନ୍ତାକଲେ ଅନ୍ୟ ରାଜ୍ୟ ତୁଳନାରେ ଆମେ ପଛରେ । କେରଳ ଓ ମିଜୋରାମରେ ସାକ୍ଷରତା ହାର ଯଥାକ୍ରମେ ୯୩.୯୧ ପ୍ରତିଶତ ଓ ୯୧.୬ ପ୍ରତିଶତ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ସାକ୍ଷରତା ହେଉଛି ୬୩.୮୨% । ଆମ ଓଡିଶାର ସାକ୍ଷରତା ହାର ୭୩.୫ ପ୍ରତିଶତ ଯାହାକି ଜାତୀୟ ହାର ଠାରୁ କମ୍ । ଏମାନଙ୍କ ମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୨.୪ ପ୍ରତିଶତ ଓ ମହିଳା ସାକ୍ଷରତା ହାର ୬୪.୩୬ ପ୍ରତିଶତ ।

ମାନବ ଜାତିର ସର୍ବାଙ୍ଗୀନ ବିକାଶର ଉତ୍ସ ହେଉଛି ଶିକ୍ଷା । ପ୍ରତ୍ୟେକ ମଣିଷକୁ ଶିକ୍ଷାର ଅଙ୍ଗନକୁ ଆଣିବା ପାଇଁ ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏସବୁ ସତ୍ୱେ ବିଶ୍ୱ ସ୍ତରରେ ପ୍ରତି ୫ଜଣ ବୟସ୍କଙ୍କ ମଧ୍ୟରେ ଜଣେ ଅଶିକ୍ଷିତ ଅଛନ୍ତି । ଆମ ଦେଶ ଓ ରାଜ୍ୟ କଥା ଆହୁରି ତଦ୍ରୁପ । ଏହି ସମସ୍ୟାର ସମାଧାନ ପାଇଁ ପ୍ରାକ୍ ସ୍ୱାଧୀନତା କାଳରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୯୭୮ ମସିହା ଅକ୍ଟୋବର ୨ ତାରିଖରେ ଭାରତ ସରକାର ବହୁଚର୍ଚ୍ଚିତ ପ୍ରୈ÷ାଢ ଶିକ୍ଷା କାର୍ଯ୍ୟକ୍ରମ ଓ ୧୯୮୭ ମଇ ମାସ ୫ ତାରିଖରୁ ଦେଶରେ ସାକ୍ଷରତା ମିଶନ୍ କାର୍ଯ୍ୟକାରୀ ହେଉଛି । ପରବର୍ତ୍ତୀ କାଳରେ ସମ୍ପୂର୍ଣ୍ଣ ସାକ୍ଷରତା ଯୋଜନା, ନିରନ୍ତର ଶିକ୍ଷା କାର୍ଯ୍ୟକ୍ରମ ଭଳି ଅନେକ ଯୋଜନା ପ୍ରଣୟନ ହୋଇଛି ।

ସେହିପରି ଓଡ଼ିଶା ସରକାର ୨୦୦୨ ମସିହାରୁ ସର୍ବଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଛନ୍ତି । ଭାରତ ସରକାର ୨୦୦୯ ମସିହାରେ ଐତିହାସିକ ଶିକ୍ଷା ଅଧିକାର ବିଲ୍ ଆଣି ଶିକ୍ଷାକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି । ଏହାଦ୍ୱାରା ୬ ରୁ ୧୪ ବର୍ଷ ବୟସର ପ୍ରାୟ ୯୨ ଲକ୍ଷ ଶିଶୁ ଶିକ୍ଷାଲାଭର ସୁଯୋଗ ପାଇବାର ଲକ୍ଷ୍ୟ ରଖାଯାଇଛିା ଏକ ହିସାବରୁ ଜଣାଯାଏ ଓଡ଼ିଶାରେ ମଧ୍ୟ ମୋଟ ୬୮ ଲକ୍ଷ ୨୮ ହଜାର ୩୫୭ ଜଣ ଶିଶୁଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୧୪୭ ଜଣ ପିଲା ସ୍କୁଲ ଦୁଆରମୁହଁ ମାଡିନାହାଁନ୍ତି ।

ଆମକୁ ମନେ ରଖିବାକୁ ହେବ ଯେ, ନିରକ୍ଷରତା ଏକ ସାମାଜିକ ବ୍ୟାଧି । ଏହାକୁ ନିଶ୍ଚିନ୍ତ ଭାବେ ହଟାଇବାକୁ ହେବ । ସେହିପରି କରୋନା ପରବର୍ତ୍ତୀ ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ସବୁସ୍ତରରେ ଉଦ୍ୟମର ଆବଶ୍ୟକ

LEAVE A REPLY

Please enter your comment!
Please enter your name here