Odisha news

ଶ୍ୟାମାଖୁଣ୍ଟାରେ ବ୍ଲକସ୍ତରୀୟ ଗୁରୁଦିବସ ପାଳନ ଓ ଶିକ୍ଷକ ସମ୍ବର୍ଦ୍ଧନା ଉସôବ

0

ବାରିପଦା : ଶ୍ୟାମାଖୁଣ୍ଟା ଗୋଷ୍ଠୀ ଶିକ୍ଷା ବିଭାଗ ଓ ଡାଏଟ ସିଆରସି ଲିଙ୍କେଜ୍, ମୟୂରଭଞ୍ଜର ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଗୁରୁଦିବସ ଉସôବ ପାଳିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବିପ୍ଲବ କରଙ୍କ ସଭାପତିତ୍ୱରେ ଲାଲମୋହନ ପତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟଅତିଥି ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବଶା ଯୋଗଦାନ କରି ସମାଜରେ ଶିକ୍ଷକମାନଙ୍କ ମୂର୍ଦ୍ଧନ୍ୟ ଭୂମିକା ତଥା ଶିକ୍ଷକ ମାନଙ୍କ ସ୍ୱାଭିମାନର ଗୁରୁତ୍ୱ ସମ୍ପର୍କରେ ଆଲୋକାପତ କରିଥିଲେ । ଶିକ୍ଷକତା ବୃତ୍ତିରେ ଥିବା ବ୍ୟକ୍ତି ମାନେ ନିଜ ବୃତ୍ତିକୁ ସମ୍ମାନ ନକଲେ ଶିକ୍ଷକମାନେ ସମାଜ ଦ୍ୱାରା ସମ୍ମାନିତ ହୋଇ ପାରିବେ ନାହିଁ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଦିବାସୀ ତଥା ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି ଯୋଗଦାନ କରି ଶ୍ୟାମାଖୁଣ୍ଟା ବ୍ଲକରେ ବହୁଭାଷୀ ଶିକ୍ଷକ ମାନଙ୍କ ସମର୍ପିତ କାର୍ଯ୍ୟଧାରା ବିଷୟରେ ଆଲୋଚନା କରିଥିଲେ ।

ସମ୍ମାନିତ ଅତିଥି ଭାବେ ଲାଲମୋହନ ପତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ରିଷ୍ଣକାନ୍ତ ମହାନ୍ତ ଯୋଗଦାନ କରି ଶିକ୍ଷକ ସମ୍ମନା ସମାରୋହର ଆୟୋଜନ ନିମନ୍ତେ ଶ୍ୟାମାଖୁଣ୍ଟା ଗୋଷ୍ଠୀ ଶିକ୍ଷା ବିଭାଗକୁ ଧନ୍ୟବାଦ ଦେବା ସହିତ ପ୍ରାରମ୍ଭିକ ସ୍ତରରେ ଶିକ୍ଷାର ଭିତ୍ତିଭୂମି ତିଆରି କରୁଥିବା ଶିକ୍ଷକ ମାନଙ୍କୁ ଉସôାହିତ କରିଥିଲେ । ପ୍ରାଥମିକ ଶିକ୍ଷାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲୁଲୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଧୁରାମ ସିଂ, ଚିପଟ ଅସ୍ତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁଷ୍ପିତା ପୃଷ୍ଟି, ସାନଶୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲକ୍ଷ୍ମୀଧର ସିଂ, କାରମଘୁଟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳ୍ୟର ମନ୍ଦାକିନୀ ସିଂ ଓ ବଡ କୁଲଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୁଚିସ୍ମିତା ଆଚାର୍ଯ୍ୟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗିରିଧାରୀ ମଣ୍ଡଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟତମ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁହ୍ୟା ସିଂ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହାୟତା କରିଥିଲେ ।

Nalco
Leave A Reply