Odisha news

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ସମାରୋହ, ୭୦ କୃତି ଶିକ୍ଷକ ଓ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

0

ବାରିପଦା : ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ ପବିତ୍ର ଗୁରୁଦିବସ ଅବସରରେ ଜିଲ୍ଲା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ୯ଜଣ ଅବସରପ୍ରାପ୍ତ କୃତୀ ଶିକ୍ଷକ ଆନନ୍ଦ ଚନ୍ଦ୍ର ପୃଷ୍ଟି, ସୁବାସିନୀ ପତି, ସୌଦାମିନୀ ପଣ୍ଡା, ଉପେନ୍ଦ୍ର ନାଥ ଖଣ୍ଡେଇ, ବୁଧୁରାମ ସିଂ, ହିମାଂଶୁ କୁମାର ସି, ଅଜୟ କୁମାର ବାରିକ, ରଞ୍ଜିତ୍ ପଟ୍ଟନାୟକ ଓ ଦମୟନ୍ତୀ ମହାନ୍ତଙ୍କ ସମେତ ମୋଟ୍ ୭୦ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ମାନ୍ୟବର ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଦେଶର ଭବିଷ୍ୟତ ଗଠନରେ ଗୁରୁମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ ।

ସମ୍ମାନୀୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ ପ୍ରାଥମିକ ଶିକ୍ଷକଙ୍କ ଭୂମିକା ଛାତ୍ରଛାତ୍ରୀ ମାନଙ୍କ ମନରେ ଜୀବନ ସାରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ ବୋଲି ପ୍ରକାଶ କରିଥିଲେ ଏବଂ ମୁଖ୍ୟବକ୍ତା ଜିଲ୍ଲା ଶିକ୍ଷାଅଧିକାରୀ ନବ କିଶୋର ଗିରି ଶିକ୍ଷକ ମାନଙ୍କର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସଂଗଠନର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଆବାହକ ବିମଳ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, କାର୍ଯ୍ୟକର୍ତ୍ତା ଆରତ କୁମାର ପରିଡା, ରାକେଶ କୁମାର ପ୍ରଧାନ ଓ ଛବିଳତା ବାରିକ ଗୁରୁଦିବସର ତାତ୍ପର୍ଯ୍ୟକୁ ଉପଲବ୍ଧି କରି ସୁସ୍ଥ ସମାଜ ଗଠନ ଦିଗରେ ବ୍ରତି ହେବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଥିଲେ ଏବଂ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ମିଡିଆ ସମ୍ପାଦକ ଗଦାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିବ କୁମାର ମହାପାତ୍ର, ବଳରାମ ନାଥ, ଯାମିନୀ କାନ୍ତ ପଣ୍ଡା, ସିଦେ୍ଧଶ୍ୱର ମିଶ୍ର, ପ୍ରଦୀପ ନାଥ, ଶିବ ନାରାୟଣ ମହାନ୍ତ, ରାଜେନ୍ଦ୍ର ମହାନ୍ତ, ଭବେଶ ପାଣିଗ୍ରାହୀ, ଅନିଲ ମହାନ୍ତ, ପ୍ରବୀଣ ମହାନ୍ତ, ପୁରୁଷତ୍ତମ ମହାନ୍ତ, ଚିରଞ୍ଜିବ୍ ବେହେରା, ମିନର୍ଭା ଦାସ, ରତ୍ନା ବାନାର୍ଜୀ, ସବିତା ବାଗ, ମାମିନା ଘୋଷ, ଅର୍ଘରୁପା ମହାନ୍ତି, ତୃପ୍ତି ପଟ୍ଟନାୟକ, ଅନିମା ପଣ୍ଡା ଓ ଭାରତୀ ତି୍ରପାଠୀ ସହାୟତା କରିଥିଲେ ।

Nalco
Leave A Reply