ବାରିପଦା : ବାରିପଦା ସ୍ଥିତ ମହାରାଣୀ ତକତ କୁମାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତୁଳସୀଚୌରା କ୍ଲଷ୍ଟର ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାୟ ୫୦ରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶିକ୍ଷକ ନେତା ପ୍ରଦୀପ କୁମାର ନାଥଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ୟୁଜି ପ୍ରାକ୍ଟିସିଂ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଲେଇ ଓ ତୁଳସୀଚୌରା ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ରାଜଶ୍ରୀ ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ଆବାହକ ବିମଳ କୁମାର ଆଚାର୍ଯ୍ୟ, ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ମୁଖପାତ୍ର ସୋମନାଥ ସିଂହ, ସଭାପତି ହରେକୃଷ୍ଣ ବାରିକ, ରାଜ୍ୟ ଷ୍ଟିଅରିଂ କମିଟି ସଭ୍ୟ ଯାମିନୀକାନ୍ତ ପଣ୍ଡା, ଶିକ୍ଷକ ନେତା ସିଦେ୍ଧଶ୍ୱର ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କବିତା ସାହୁ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ସମାଜ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ବ୍ରତୀ ହେବା ଉଚିତ୍ ବୋଲି ମତ ପ୍ରକାଶ କରିଥିଲେ । ତତ୍ସହିତ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ଜିଲ୍ଲା ସଂଘ ଆପ୍ରାଣ ଉଦ୍ୟମ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ·କିରୀରୁ ଅବସର ନେଇଥିବା ଶ୍ରୀ ପଲେଇ ଓ ଶ୍ରୀମତୀ ବେହେରାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟତ୍ରୀ ବବିତା ସାହା ଓ ନିର୍ମଳା ବେହେରା ସ୍ୱାଗତ ସଂଗୀତ ପରିବେଷଣ କରଥିବାବେଳେ ସିଆରସିସି ଭବାନୀ କୁମାର ସିଂହ ସ୍ୱାଗତ ଅଭିଭାଷଣ ଏବଂ ସୁଜାତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
