Odisha news

ଶିକ୍ଷାବିତ୍ ଙ୍କ ପରଲୋକ ।

0

ଅସ୍ତରଙ୍ଗ,, ପୁରିଜିଲ୍ଲା ର ଛୁରିଅନା ଗ୍ରାମପଞ୍ଚାୟତ ଅଧିନ ରାଇବେରୁହାଁ ଗ୍ରାମର ଅବସରପ୍ରାପ୍ତ ବ୍ଲକ ଶିକ୍ଷାଅଧିକାରୀ ରବିନ୍ଦ୍ର ଦାସ ଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିବା ଜଣାପଡିଅଛି । ଶ୍ରୀ ଦାସ ,ପ୍ରଥମେ,ମାଇନର ସ୍କୁଲ ର ପ୍ରଧାନ ଶିକ୍ଷକତା ରୁ ଶିକ୍ଷାଦାନ ଆରମ୍ଭ କରି,  କାକଟପୁର ବ୍ଲକ ର ଶିକ୍ଷା ଅଧକାରୀ ଓ ଶେଷରେ ଅସ୍ତରଙ୍ଗ ବ୍ଲକ ର ଶିକ୍ଷା ଅଧକାରୀ ଭାବେ କାର୍ଯ୍ୟକରି ଉଭୟ ବ୍ଲକ ର ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କର ଆଦରଣୀୟ ହୋଇପାରିଥିଲେ । ଅବସର ନେବାର କିଛି ମାସ ପୂର୍ବରୁ ଶ୍ରୀ ଦାସ ଙ୍କୁ ବି ଯେ ଡି ଦଳ ୨୦୧୭ ରେ ପୁରୀ ଜିଲ୍ଲା ପରିଷଦ ଯୋନ ଏକ ରୁ ଜିଲ୍ଲାପରିଷଦ  ପ୍ରାଥି ଭାବେ ଘୋଷଣା କରିବାରୁ ଚାକେରିରୁ ରିଜାଇନ ଦେଇ ,ପ୍ରତିଦ୍ୱନ୍ଦିତା କରିଥିଲେ ମଧ୍ୟ ଖୁବ କମ ଭୋଟ ବ୍ୟବଧାନରେ ସ୍ୱାଧୀନ ପ୍ରାଥୀଙ୍କଠାରୁ ହାରି ଯାଇଥିଲେ । ସେହି ଦିନଠାରୁ ଶ୍ରୀ ଦାସ ତାଙ୍କର ସମାଜ ସେବା କାର୍ଯ୍ୟ ଜାରୀରଖୀଥିବା ବେଳେ, ଶୁକ୍ରବାର ଦିନ ତାଙ୍କର ବାସଭାବରେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଭୁବନେଶ୍ୱର ର  ଏକ ମେଡିକାଲକୁ ସ୍ଥାନାନ୍ତରିତ କରାଜାଇଥିଲା । ସେଠି ଚିକିତ୍ସା ଚାଲୁଥିବା ବେଳେ ଡାକ୍ତର ମୃତଘୋଷଣ କରିଥିଲେ । ସେଠାରୁ ତାଙ୍କ ମର ଶରୀର କାକଟପୁର, ଅସ୍ତରଙ୍ଗ, ଆଦି ଦେଇ ନିଜ ଗ୍ରାମ ରାଇବେରୁହାଁ ଠାରେ ପହଁଚିବାପରେ ଏକ ସୋକାକୁଳ ପରିବେଶ  ମଧ୍ୟରେ ବିଭିର୍ଣ ଲୋକଙ୍କ ପକ୍ଷରୁ ଶେଷ ଦର୍ଶନ କରାଯିବା ପରେ, ପୁରୀର ସ୍ୱର୍ଗଦ୍ଵାର ଠାରେ ତାଙ୍କର ଶେଷ ସତ୍କାର କରଜାଇ ଅଛି । ତାଙ୍କ ମରଶରୀର ସହ,ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିସଦ ଉପାଧ୍ୟକ୍ଷ ସ୍ବାଧୀନକୁମାର ନୟକ,ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠି , ବେଳାଭୁମି ସାହିତ୍ୟ ସାଂସଦ ର କର୍ମକର୍ତା ସମେତ ବହୁ ମାନ୍ୟଗଣ ବ୍ୟକ୍ତି ସାମିଲ ଥିବା ଜଣାପଡିଛି । ମୃତୁ ବେଳକୁ ତାଙ୍କୁ୭୬ବର୍ଷ ହୋଇଥିଲା ।

Nalco
Leave A Reply