ଦଶପଲ୍ଲା ୭/୯ : ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଅବସର ନେଇଥିବା କୁମୁଦ ଚନ୍ଦ୍ର ମିଶ୍ର ଙ୍କ ପରଲୋକ ହୋଇଛି । ଶାରୀରିକ ଅସୁସ୍ଥତା ନେଇ ଭୁବନେଶ୍ବର ସ୍ଥିତ ଏମ୍ସ ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘ ଦିନ ଧରି ଶିକ୍ଷା ବିଭାଗ ରେ କାର୍ଯ୍ୟ କରି ଅବସର ନେବା ପରେ ନିଜ ବାସଗୃହ ଦଶପଲ୍ଲା ରେ ଆସି ରହିବା ସହ ସେ ବିଭିନ୍ନ ସଙ୍ଗଠନ ସହ ସାମିଲ ହୋଇଥିଲେ । ଦଶପଲ୍ଲା ସ୍ଵପ୍ନେଶ୍ୱର୍ ମହାବୀର ମନ୍ଦିର କମିଟି ର ସେ ଜଣେ ବରିଷ୍ଠ ସଦସ୍ୟ ଥିବା ବେଳେ,ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି,ଭାଗବତ ସପ୍ତାହ ମଣ୍ଡପ ର ସଭାପତି, ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ର ଶିକ୍ଷକ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ସୋକର ଛାୟା ଖେଳି ଯାଇଛି
