Odisha news

ପଙ୍ଗପାଳ ଘଉଡ଼ାଇବାର ଦେଶୀ ପଦ୍ଧତି

0

ଫସଲ ନଷ୍ଟକାରୀ ପଙ୍ଗପାଳ ଏବେ ମଧ୍ୟ ଭାରତରେ ଅଛନ୍ତି । ଏହି ପତଙ୍ଗ ଦାଉରୁ ଫସଲ ରକ୍ଷା କରିବା ପାଇଁ କୃଷି ଅଧିକାରୀମାନେ ସମାଧାନର ରାସ୍ତା ବତାଉଛନ୍ତି । ପଙ୍ଗପାଳଙ୍କୁ ରୋକିବା ପାଇଁ ଡ୍ରମ୍‌, ବାସନ ଓ ମୋବାଇଲ ଡିସ୍କ ଜକି ଉପଯୋଗ କରି ଏକ ର୍ୟାକେଟ୍‌ ତିଆରି କରିବାକୁ କୃଷକଙ୍କୁ କୁହାଯାଇଛି । ପଙ୍ଗପାଳ ଘଉଡ଼ାଇବା ପାଇଁ ଜଣେ କୃଷକଙ୍କ ଦେଶୀ ପଦ୍ଧତି ସୋସାଲ ମିଡିଆରେ ଭାଇରାଲ ହେଉଛି ।ଖେତ ମଝିରେ ଏକ ଉଚ୍ଚ ଖୁଣ୍ଟରେ କିଛି ସାମଗ୍ରୀ ବନ୍ଧାଯାଇଛି ଯାହା ଛୋଟ ଉଡ଼ାଜାହାଜ ଭଳି ଦେଖାଯାଉଛି । ଅଧିକ ନିରୀକ୍ଷଣ କଲେ ଜଣାଯିବ ସେଥିରେ ଲାଗିଛି ପଙ୍ଖାର ବ୍ଲେଡ୍‌, ଏକ ପ୍ଲାଷ୍ଟିକ୍‌ ବୋତଲ, ଏକ କ୍ୟାନ୍‌ ଓ କାର୍ଡବୋର୍ଡ ଲାଞ୍ଜ । ପଙ୍ଖା ଶବ୍ଦ ଶୁଣି ପଙ୍ଗପାଳ ଖେତକୁ ପଶୁନାହାନ୍ତି ।

Leave A Reply