Odisha news

ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ଫୁଟବଲ ଦିବସ ପାଳିତ

0

କେନ୍ଦୁଝର : ଟାଟା ଷ୍ଟିଲ ଫାଉଣ୍ଡେସନ (ଟଇଏସ୍ଏଫ) ପକ୍ଷରୁ ଯୋଡା ଠାରେ ସୋମବାର ଗ୍ରାସରୁଟ ଫୁଟବଲ ଦିବସ ପାଳିତ ହୋଇଯାଇଛି। ଗ୍ରାମୀଣ ସ୍ତରରେ ୧୨ବର୍ଷରୁ କମ୍ ପୁଅ ଏବଂ ଝିଅ ମାନଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରଚାର ଓ ପ୍ରସାର ପାଇଁ ଏବଂ ଏହି ଖେଳକୁ ଅଧିକରୁ ଅଧିକ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଦିନଟିକୁ ଏସିଆନ ଫୁଟବଲ ଫେଡରେସନ୍ ଗ୍ରାସରୁଟ ଫୁଟବଲ ଦିବସ ମଧ୍ୟ କୁହାଯାଇଥାଏ। କେନ୍ଦ୍ରିୟ ଖେଳ ପଡିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଡ଼ା ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଟିଏସ୍ଏଫ୍ ଦ୍ବାରା ତାଲିମ୍ ନେଉଥିବା ପ୍ରାୟ୨୦୦ରୁ ଅଧିକ ପୁଅ ଏବଂ ଝିଅ ମାନେ ଯୋଗ ଦେଇଥିଲେ। ଏହି ଖେଳାଳୀ ମାନେ ସମୁଦାୟ ୧୬ଟି ଦଳରେ ଭାଗ ଭାଗ ହୋଇ ବନ୍ଧୁତ୍ବ ପୂର୍ଣ୍ଣ ଫୁଟବଲ ଖେଳି ଥିଲେ ଯାହାକି ଦର୍ଶକ ମାନଙ୍କୁ ବହୁତ ଆନନ୍ଦିତ କରିଥିଲା । ପ୍ରଶିକ୍ଷଣ ମାନେ ମଧ୍ୟ ନିଜ ଖେଳ କୌଶଳ ପ୍ରଦର୍ଶନ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଯୋଡ଼ା ମୁନିସିପାଲିଟିର ଉପାଧ୍ୟାକ୍ଷା ସନ୍ଧ୍ୟା ପାତ୍ର ଅନ୍ୟ କାଉନସିଲର ମାନଙ୍କ ସହ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦୀୟମାନ ଖେଳାଳିମାନଙ୍କୁ ଉସ୍ରାହିତ କରିଥିଲେ।

Leave A Reply