Odisha news

ଟାଟା ପାୱାରରେ ନିଯୁକ୍ତି ଦାବୀ : ନିଯୁକ୍ତି ନମିଳିଲେ ଛଟେଇ ବିଦ୍ୟୁତ କର୍ମଚାରୀ ସପରିବାର ଆତ୍ମାହୁତି ଧମକ

0

ଜଗତସିଂହପୁର :ବିଦ୍ୟୁତ ବିତରଣ ସଂସ୍ଥା ଏନଜେନ ଅଧିନରେ ରହି କାର୍ଯ୍ୟ କରୁଥିବା ଜଗତସିଂହପୁର ଜିଲ୍ଲାର ପ୍ରାୟ ୩୦୦ରୁ ଉର୍ଦ୍ଧ କର୍ମଚାରୀଙ୍କ ଭାଗ୍ୟ ଅନିଶ୍ଚିତତା ଭିତରେ ରହିଛି ।ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ସହିତ ଚୁକ୍ତି ହେବା ପରେ ଏନଜେନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରାଯାଇଛି ।ପୁର୍ବରୁ ବିଦ୍ୟୁତ ବିତରଣ ସଂସ୍ଥା ଏନଜେନରେ କାର୍ଯ୍ୟ କରୁଥିବା ବିଦ୍ୟୁତ ମରାମତି,ବିଲିଂ ଆଦି କାର୍ଯ୍ୟରେ ଥିବା କର୍ମଚାରୀ ଓ ଶ୍ରମିକମାନଙ୍କୁ କୋଭିଡ-୧୯ ପରି ମହାମାରୀ ବା ମହା ବିପତ୍ତି ସମୟରେ ଦୀର୍ଘ ଦିନ ହେବ କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନଙ୍କୁ ଛଟେଇ କରିବା ପ୍ରତିବାଦ କରିଛି ଓଡିଶା ପାୱାର ଡିଷ୍ଟ୍ରିବ୍ୟୁସନ ଏମ୍ପ୍ଲୟିଜ ଆସୋସିଏସନ ବା ଓପେଫା ।ଟାଟା ପାୱାରରେ ଛଟେଇ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଓପେଫା ପକ୍ଷରୁ ଦାବୀ ହୋଇଛି ।

ଏହାକୁ ନେଇ ଚାକିରୀରୁ ଛଟେଇ ହୋଇଥିବା ଓପେଫାର କର୍ମକର୍ତ୍ତାମାନଙ୍କୁ ନେଇ ଜଗତସିଂହପୁର ଜିଲ୍ଲାର ବିଦ୍ୟୁତ ଶ୍ରମିକ ଓ କର୍ମଚାରୀମାନେ ଢିଅସାହି ସ୍ଥିତ କଳ୍ପନା ମଣ୍ଡପରେ ସାମାଜିକ ଦୁରତା ଓ ମାସ୍କ ପରିଧାନ କରି  ଏକାଠି ହୋଇଥିଲେ ।ଏନଜେନ କମ୍ପାନୀରେ ଦୀର୍ଘ ବର୍ଷ ହେବ ଚାକିରୀ କରିବା ସହିତ ସମସ୍ତ ଦୈବ ଦୁର୍ବୀପାକ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରିଥାଉ ।ଯେତେବେଳେ କମ୍ପାନୀ କ୍ଷତିରେ ଚାଲୁଥିଲା ସେ ସମୟରେ ଆମେ କାମ କରି ଆସିଛୁ ।ଏପରିକି ଫାଇଲିନ,ହୁଡହୁଡ,ଫୋନି ଓ ଅମ୍ଫାନ ବାତ୍ୟା ପରେ ଦିନ ରାତି ଏକ କରି କାମ କରି ଲୋକମାନଙ୍କୁ ସେବା ଯୋଗାଇ ଆସିଛୁ ।ଗୋଟିଏ ପଟେ ସେସୁର ସମସ୍ତ କର୍ମଚାରୀଙ୍କୁ ଟାଟା ପାୱାରରେ ସ୍ଥାୟୀ ଚାକିରୀ ଦିଆଯାଇଥିବା ବେଳେ ଫ୍ରାଞ୍ଚାଇଜ କମ୍ପାନୀ ଏନଜେନର କର୍ମଚାରୀମାନଙ୍କୁ ଛଟେଇ କରାଯାଇଛି ।ଏହି  ବେଆଇନ ଭାବରେ ଛଟେଇକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ କର୍ମଚାରୀମାନେ କ୍ଷୋଭର ସହିତ କହିଛନ୍ତି ।କୌଣସୀ କର୍ମଚାରୀଙ୍କୁ କୋଭିଡ-୧୯ ସମୟରେ ଛଟେଇ ନ କରାଯିବାକୁ  ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଏନଜେନର ଏହି କର୍ମଚାରୀମାନଙ୍କୁ ଛଟେଇ କରିବା ଏକ ଅମାନବୀୟ ଘଟଣା ବୋଲି କର୍ମଚାରୀମାନେ କହିଛନ୍ତି ।

ଏହି କମ୍ପାନୀରେ କାର୍ଯ୍ୟରତ ବହୁ କର୍ମଚାରୀମାନଙ୍କର ବୟସ ଅଧିକ ହୋଇଥିବାରୁ ସେମାନେ ମଧ୍ୟ ଅନ୍ୟ କୌଣସୀ ସ୍ଥାନରେ ଚାକିରୀ କରିପାରିବେ ନାହିଁ ।ଏହାକୁ ନେଇ କର୍ମଚାରୀମାନେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନିବେଦନ କରିଥିଲେ ହେଁ ତାହାର ସୁଫଳ ମିଳିପାରିନାହିଁ ।ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଏହି କମ୍ପାନୀରେ ଚାକିରୀ କରିଥିବା ୩୦ ହଜାର ପରିବାର ସଦସ୍ୟମାନେ ରାଜ୍ୟ ଶକ୍ତି ମନ୍ତ୍ରଣାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆତ୍ମାହୁତି େଦେବେ ବୋଲି ଚେତାବନୀ ଦେଇଛନ୍ତି ।ଏହି ବୈଠକରେ ଓପେଫା ପକ୍ଷରୁ ସିତାଶୁଂ ନନ୍ଦ,ଶୁଭ୍ରାଶୁଂ ତ୍ରୀପାଠି,କ୍ରାନ୍ତି ଶେଖର ମହାନ୍ତି,ପୁଣ୍ୟଶ୍ଳୋକ ପରିଡା,ପ୍ରବୋଧ ରଣା,ରାକେଶ ସ୍ୱାଇଁ,ଅଞ୍ଜନ ନାୟକ,ରାଜୀବ ସାହୁ,ଦୀପକ ସାହାଣି,ପୁଷ୍ପକ ସାହୁ,ସସ୍ମୀତା ପଣ୍ଡା,ନିଳିମା ଆଚାର୍ଯ୍ୟ,ସୌମ୍ୟା କର,ବିଷ୍ଣୁପ୍ରୀୟା ଭୋଳ,ସଂଙ୍ଗୀତା ଦେ,ଦେବୀ ପ୍ରସାଦ ନାୟକ,ନରେଶ ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।

Nalco

Leave A Reply