Odisha news

କାହିଁକି କୁହାଯାଏ ତମ୍ବା ପାତ୍ରରେ ପାଣି ପିଇବା ପାଇଁ ? କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ

0

ଆମ ହିନ୍ଦୁ ପରିବାରରେ ପ୍ରାୟତଃ ଦେଖା ଯାଇଥାଏ ପୂଜା ସମୟରେ ତମ୍ବା ପାତ୍ର ବ୍ୟବହାର କରିବାର l କିନ୍ତୁ ତମ୍ବାପାତ୍ର କେବଳ ପୂଜାପାଇଁ ବ୍ୟବହାର କରାଯାଏ ନାହିଁ , ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ହିତକର ଅଟେ l ସେଥିପାଇଁ ଅଧିକାଂଶ ବୟସ୍କ ବ୍ୟକ୍ତି ତମ୍ବାପାତ୍ର ରେ ପାଣି ପିଇ ଥାଆନ୍ତି l

ନିକଟରେ କାର୍ଲିଫର୍ନିଆରେ ହୋଇଥିବା ଗୋଟିଏ ଗବେଷଣାରେ କୁହାଯାଇଥିଲା ଯେ ତମ୍ବାପାତ୍ରର ଜଳ ଅନେକ ଗୁଡିଏ ରୋଗଠାରୁ ମଣିଷକୁ ଦୁରେଇ ରଖିଥାଏ l ଏହି ଗବେଷକ  ମାନେ ବିଶେଷ ଭାବରେ ଶରୀରର ଇମ୍ୟୁନିଟି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ତମ୍ବାପାତ୍ର ଜଳ ବୋଲି ମତ ଦେଇଥିଲେ l ପୂର୍ବ କାଳରେ ଭାରତର ଆୟୁର୍ବେଦରେ ତମ୍ବାପାତ୍ର ଜଳ କୁ ଅନେକ ରୋଗର ପ୍ରତିକାରକ ଭାବରେ ଗ୍ରହଣ କରାଯାଇ ଥିଲା l ଯାହା ଆଜି ମଧ୍ୟ ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇ ପାରିବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି l

ତମ୍ବା ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ l

ତମ୍ବା ପାତ୍ର ଜଳ ଆଣ୍ଟି ଏଜିଙ୍ଗ ସମସ୍ୟା ଦୂର କରିଥାଏ l

ତମ୍ବାରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି l ତମ୍ବା ଆଇରନ ରେ ଭରପୁର ଅଟେ l

ଫାଇବର ମଧ୍ୟ ତମ୍ବାରେ ଭରିହୋଇ ରହିଥାଏ l

ପାଚନ ସମସ୍ୟା ଦୂର କରିଥାଏ -:
ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ତମ୍ବା ପାତ୍ରରେ ଜଳ ସେବନ କରିବା ଦ୍ୱାରା ଆଣ୍ଟିବ୍ୟାକ୍ଟେରିଆ ସଂକ୍ରମଣ ଦୂର ହୋଇଥାଏ l ଏହାଛଡା ଅପଚ, ଅଲସର, ଗ୍ୟାସ ସମସ୍ୟା ମଧ୍ୟ ଦୂର ହୋଇଥାଏ l ତମ୍ବା ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ଖାଦ୍ୟ ଖୁବ ଶୀଘ୍ର ହଜମ ହୋଇଥାଏ l

ତ୍ୱଚା ସମସ୍ୟା ଦୂର ହୁଏ -:
ତ୍ୱଚାର ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ ତମ୍ବା ପାତ୍ରରେ ନିୟମିତ ପାଣି ପିଅନ୍ତୁ l ଏହାଦ୍ୱାରା ବ୍ରଣ, ଓ ତ୍ୱଚାର କୁଞ୍ଚନ ଦୂର ହୋଇଥାଏ l

ଓଜନ ହ୍ରାସ କରେ -:
ଶରୀରରେ ବଢୁଥିବା ଓଜନ ଅନେକ ରୋଗର କାରଣ ହୋଇଥାଏ l ତେଣୁ ଗବେଷକ ଙ୍କ ମତରେ ନିୟମିତ ତମ୍ବାପାତ୍ର ରେ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହେବାରେ ଲାଭ ମିଳିଥାଏ l ଏହି ପାଣି ଅତିରିକ୍ତ ଚର୍ବି କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ l

କ୍ୟାନ୍ସର ପ୍ରତିରୋଧକ -:
କପର ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି l ଯାହାକି କ୍ୟାନ୍ସର ପ୍ରତିରୋଧକ ଅଟେ l ଏହି ପାତ୍ରରେ ପାଣି ପିଇବା ଦ୍ୱାରା ଫ୍ରୀ – ରେଡ଼ିକୁଲସ କୁ ବଢ଼ିବାରେ ଅଟକା ଯାଇପାରିବ l

ଏନିମିଆ ସମସ୍ୟା ଦୂର ହୋଇଥାଏ -:
ମହିଳାମାନେ ଯଦି ନିୟମିତ ତମ୍ବାପାତ୍ରରେ ପାଣି ପିଇବେ ତେବେ ଶରୀରର ଏନିମିଆ ସମସ୍ୟା ଦୂର ହେବ l ଏହାଛଡା ଗର୍ଭାବସ୍ଥାରେ ମହିଳା ମାନଙ୍କୁ ଶକ୍ତି ମିଳିବ l

ମଧୁମେହ ଓ ରକ୍ତଚାପ ପାଇଁ ହିତକର -:
ଏହି ଗବେଷଣାରେ ଜଣା ପଡିଥିଲା ଯେ ଯେଉଁ ବ୍ୟକ୍ତିମାନେ ନିୟମିତ ତମ୍ବା ପାତ୍ର କୁ ଭୋଜନ ପ୍ରସ୍ତୁତ ଓ ପାଣି ପିଇବାରେ ବ୍ୟବହାର କରିବେ ସେମାନଙ୍କ ରକ୍ତଚାପ ନିୟନ୍ତ୍ରଣ ହେବା ସହ ମଧୁମେହ ସମସ୍ୟା ଦୂର ହେବ l

Leave A Reply