Odisha news

ପିଲା ମାନଙ୍କୁ ସ୍କୁଲ ପଠାଉ ଥିବା ପିତାମାତା ରୁହନ୍ତୁ ସତର୍କ : ଦୃତ ଗତିରେ ସଂକ୍ରମଣ ହେଉଛି ଟମାଟୋ ଫ୍ଲୁ, , ,ଜାଣନ୍ତୁ ଏହାର ଲକ୍ଷଣ

,ଜାଣନ୍ତୁ ଏହାର ଲକ୍ଷଣ

0
ବର୍ତ୍ତମାନ୍ ଦୁନିଆରେ ବ୍ୟାପୁଥିବା ବିଭିନ୍ନ ସଂକ୍ରମଣ ପିତାମାତା ଙ୍କ ଚିନ୍ତାର କାରଣ ହୋଇଛି । କରୋନା ବିପଦ ସବୁଠୁ ଅଧିକ ଛୋଟ ପିଲାଙ୍କ ପାଇଁ ରହିଛି , କାହିଁକି ନା ସେମାନଙ୍କ ପାଇଁ ଟିକା ବାହାରି ନାହିଁ । ମଙ୍କି ପକ୍ସ ଭୟ କିଛିଦିନ ତଳେ ଥିବା ବେଳେ ବର୍ତ୍ତମାନ୍ ଟମାଟୋ ଫ୍ଲୁ ର ଭୟ ଦୃତ ଗତିରେ ବୃଦ୍ଧି ପାଉଛି ।
ଗବେଷକ ଙ୍କ ମତରେ ଟମାଟୋ ଫ୍ଲୁ ର ସଂକ୍ରମଣ ଭୟ ସବୁଠୁ ଅଧିକ ଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି । ଟମାଟୋ ଫ୍ଲୁ କିଛିଦିନ ତଳେ ଭାରତରେ ଚିନ୍ତାର କାରଣ ହୋଇଥିଲା , ପୁନର୍ବାର ଏହି ଫ୍ଲୁ ଚିନ୍ତା ବଢ଼ାଇଛି ।
ଟମାଟୋ ଫ୍ଲୁ କଣ ?
ଟମାଟୋ ଫ୍ଲୁ ଏକ ପ୍ରକାରର ସଂକ୍ରମଣ ଯାହାକି ହାତ , ପାଦ ଓ ପାଟିରେ ସଂକ୍ରମିତ ହୋଇଥାଏ । ଏହି ଫ୍ଲୁ ଦ୍ଵାରା ହାତ, ପାଦ ଓ ପାଟିରେ ସଂକ୍ରମଣ ଦେଖା ଯାଇଥାଏ । ଛୋଟ ପିଲାଙ୍କୁ ପ୍ରଥମେ ଜ୍ଵର ଆସିଥାଏ, ପରେ ଶରୀରରେ ନାଲି ନାଲି ଫୋଟକା ଦେଖା ଯାଇଥାଏ , ଏହି ଫୋଟକା ରଙ୍ଗ ନାଲି ହୋଇଥିବା କାରଣରୁ ଏହାର ନାମ ଟମାଟୋ ଫ୍ଲୁ ।
କିଭଳି ସଂକ୍ରମିତ ହୋଇଥାଏ ଟମାଟୋ ଫ୍ଲୁ –
ଏହା ଗୋଟିଏ ସଂକ୍ରାମକ ରୋଗ । ଗବେଷକ ଙ୍କ ମତରେ ଏହା ଗୋଟିଏ ରେୟର ଇନ୍ଫେକସନ୍ । ଟମାଟୋ ଫ୍ଲୁ ରୁ ରକ୍ଷା ପାଇବା ପାଇଁ ପିଲା ମାନଙ୍କ ଇମ୍ୟୁନିଟି ବୃଦ୍ଧି କରିବା ନିହାତି ଆବଶ୍ୟକ ।
ଲକ୍ଷଣ -:
– ପ୍ରବଳ ଜ୍ଵର ହେବା
– ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଫୁଲିବା
– ଝାଡ଼ା ଓ ବାନ୍ତି ଦେଖା ଯିବା
– ଶରୀରରେ ଫୋଟକା ବାହାରିବା
– ଶରୀର ପୋଡିବା
କିପରି ଦୂରେଇ ରହିବେ –
– ପିଲା ମାନଙ୍କ ସଫା ସୁତୁରା ଉପରେ ଧ୍ୟାନ ଦିଅନ୍ତୁ
– ଯଦି କିଛି ଲକ୍ଷଣ ଦେଖୁଛନ୍ତି ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ
– ଅଧିକ ପାଣି ପିଇବା ଉଚିତ୍
– ଫୋଟକା ଗୁଡ଼ିକୁ ଫୁଟାଇବା କିମ୍ବା କୁଣ୍ଡେଇବା ଉଚିତ୍ ନୁହେଁ
Nalco
Leave A Reply