Odisha news

ତାଲିବାନ୍ ଦଖଲ କୁ ନେଇ ବିଭାଜିତ ହେଲା ମୁସଲମାନ ରାଷ୍ଟ୍ର

ନୂଆଦିଲ୍ଲୀ : ମୁସଲମାନ ଙ୍କ ଦୁନିଆ ଆଫଗାନ ଓ ତାଳୀବାନ୍ କୁ ନେଇ ବିଭାଜିତ ହେଉଥିବାର ଦେଖିବାକୁ ମିଳିଛି । ପାକିସ୍ତାନ ଯେଉଁଠି ଖୋଲାଖୋଲି ଭାବରେ ତାଲିବାନ କୁ ସମର୍ଥନ କରୁଛି ସେଠାରେ ୟୁଏଇ ଓ ସାଉଦି ଆରବ ଚୁପ୍ ରହିଛନ୍ତି । ବୁଧବାର ଦିନ ଖବର ମିଳିଲା ଯେ ଆସରଫ ଗୋନି ୟୁଏଇ ରେ ଅଛନ୍ତି , ଏଥିରୁ ଗୋଟିଏ କଥା ଜଣା ପଡ଼ିଲା ଯେ ୟୁଏଇ ଚୁପ୍ ରହି ଥିଲେ ମଧ୍ୟ ଆସାରଫ ଗୋନି ଙ୍କୁ ଶରଣ ଦେବା ପାଇଁ ପ୍ରସ୍ତୁତ ଥିଲା । ଅସରଫ୍ ଗୋନି ଙ୍କୁ ଶରଣ ଦେବା ଦ୍ଵାରା ଏହା ପାକିସ୍ତାନ ଓ ତାଲିବାନ ଉଭୟ ପାଇଁ ଗୋଟିଏ ବଡ଼ ଝଟକା ଥିଲା ।
ମଧ୍ୟ ଏସିଆରେ ମୁସଲିମ ଦେଶ ମଧ୍ୟ ତାଲିବାନ କୁ ନେଇ ଖୁବ୍ ଭୟବିତ ଅଛନ୍ତି । ଏହା ଭୟ ରହିଛି ଯେ ତାଲିବାନ ଆଇଏସ ସହିତ ମିଶି କିଛି ବଡ଼ ଧରଣର କାର୍ଯ୍ୟ ନକରୁ । ତୁର୍କୀ ମତ ଦେଇଛି ଯେ ତାଲିବାନ ର ବ୍ୟବହାର ମୁସଲମାନ ଙ୍କ ଭଳି ନୁହେଁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଶାନ୍ତି ଦୁତ ବୋଲି କହିଥିଲେ ସୁଧା ସାରା ବିଶ୍ବ ତାଙ୍କ ସମ୍ପର୍କ ରେ ଅବଗତ । ପୂର୍ବରୁ ଯେଉଁ ଇମ୍ରାନ କହୁ ଥିଲେ ଆଫଗାନିସ୍ତାନ ରେ ମୋର କେହି ପ୍ରିୟ ନାହାନ୍ତି । କିନ୍ତୁ ଯେଉଁ ଦିନ ଗୋନି ଦେଶ ଛାଡ଼ିଲେ ସେହିଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଖୁସିରେ କହିଲେ ତାଲିବାନ ବନ୍ଧନ ମୁକ୍ତ ହୋଇଛି । ପାକିସ୍ତାନ ବିଦେଶ ମନ୍ତ୍ରୀ କୁରେଷୀ କହିଥିଲେ ଯେ ପୂର୍ବରୁ ଆଫଗାନିସ୍ତାନ ରେ ଗୋଟିଏ ଭ୍ରଷ୍ଟ ସରକାର ଥିଲା । ବର୍ତ୍ତମାନ୍ ସେଠାରେ ଗୋଟିଏ ସାଧାରଣ ଜୀବନ ଅତିବାହିତ ହେବ ବୋଲି ଆଶା କରୁଛୁ ।
୧୯୯୬ ରେ ଯେତେବଳେ ତାଲିବାନ ଆଫଗାନିସ୍ତାନ କୁ ଦଖଲ କରିବା ପରେ ୟୁଏଇ , ପାକିସ୍ଥାନ ଓ ସାଉଦି ଆରବ ତାଲିବାନ କୁ ସରକାର ର ମାନ୍ୟତା ଦେଇଥିଲେ । କିନ୍ତୁ ୨୫ ବର୍ଷ ପରେ ସବୁକିଛି ବଦଳି ଯାଇଚି । ୟୁଏଇ ଗୁରୁବାର ଦିନ ମାନବତା ର ସନ୍ଦେଶ ଦେଇ ଅସରଫା ଗୋନି ଙ୍କୁ ନିଜ ଦେଶରେ ସ୍ବାଗତ କରିଛନ୍ତି ।
Govt

Comments are closed.